ସୁନ୍ଦର ଚେହେରା ଓ ମନଲୋଭା କଥା କହି ଲୁଟିନେଲେ ୩୦ ହଜାର କୋଟି, ଏବେ ଲକ୍ଷ ଲକ୍ଷ ଲୋକ କାଙ୍ଗାଳ

750

କନକ ବ୍ୟୁରୋ : କ୍ରିପ୍ଟୋ କରେନ୍ସି ବା ଅଦୃଶ୍ୟ ମୁଦ୍ରାକୁ ନେଇ ଏବେ ବି ବିଶ୍ୱର ୮୦ ପ୍ରତିଶତ ଲୋକ ବିଶେଷ କିଛି ଜାଣି ନାହାଁନ୍ତି । ହେଲେ ଗତବର୍ଷ ଏହି କ୍ରିପ୍ଟୋ କରେନ୍ସିକୁ ନେଇ ଅନେକ ଖବର ଶୁଣିବାକୁ ମିଳିଥିଲା । ଏଥିରେ ଅର୍ଥ ବିନିଯୋଗ କରି ଅନେକ ଲୋକ କୋଟିପତି ହୋଇପାରିଥିବା ବେଳେ ସର୍ବାଧିକ ଲୋକ କାଙ୍ଗାଳ ହୋଇଯାଇଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ କ୍ରିପ୍ଟୋ କରେନ୍ସିକୁ ନେଇ ହୋଇଥିବା ଏକ ବଡ ଠକେଇ ବାବଦରେ କହିବାକୁ ଯାଉଛି ।

ଅନ୍ତର୍ଜତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ କ୍ରିପ୍ଟୋ କରେନ୍ସି ନାମରେ ସବୁଠାରୁ ବଡ ଦୁର୍ନୀତି କରିଛନ୍ତି ରୋଜା ଇଗ୍ନାଟୋଭା ନାମରେ ଜଣେ ମହିଳା । ଲୋକମାନଙ୍କ ମଧ୍ୟରେ ସେ କ୍ରିପ୍ଟୋର ରାଣୀ ବୋଲି ମଧ୍ୟ ପରିଚିତ । ରୋଜା କ୍ରିପ୍ଟୋ କରେନ୍ସିର ଲୋକପ୍ରିୟତା ଦେଖିବା ପରେ ଏହାକୁ ନେଇ ଏକ ଯୋଜନା ପ୍ରସ୍ତୁତ କରିଥିଲେ । ଏହି କ୍ରମରେ ସେ ଲୋକମାନଙ୍କୁ ବୁଝାଇ ସେମାନଙ୍କ ଟଙ୍କା ନେଇ ନକଲି କ୍ରିପ୍ଟୋରେ ବିନିଯୋଗ କରିଥିଲେ ।

ଏନେଇ ସେ ୨୦୧୪ ରେ ୱାନ କଏନ ନାମରେ ୱାନ କଏନ ନାମରେ ଏକ କ୍ରିପ୍ଟୋ କରେନ୍ସି ଲଂଚ କରିଥିଲେ । ଏନେଇ ସେ ଏଭଳି ବିଜ୍ଞାପନ କରିଥିଲେ କି ଲୋକମାନେ ଭାବିବାକୁ ଲାଗିଲେ ଏଥିରେ ଅର୍ଥ ବିନିଯୋଗ କଲେ ରାତାରାତି କୋଟିପତି ହୋଇଯିବେ । ଏହାକୁ ରୋଜା ଅନେକ ଦେଶରେ ବିସ୍ତାର କରିଥିଲେ । ସେ ତାଙ୍କର ସୁନ୍ଦର ଚେହେରା ଓ ମନଲୋଭା କଥାରେ ଲକ୍ଷଲକ୍ଷ ଲୋକଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଆଦାୟ କରିବାରେ ସଫଳ ହୋଇଥିଲେ ।

ହେଲେ କିଛିଦିନ ପରେ ବିନିଯୋଗକାରୀମାନେ କିଛି ଲାଭ ନପାଇବାରୁ ଏନେଇ ବିଭିନ୍ନ ମାଧ୍ୟମରେ ରୋଜାଙ୍କ ଠାରୁ ଜବାବ୍ ମାଗିଥିଲେ । ହେଲେ ରୋଜା ଜବାବ ଦେବା ପରିବର୍ତ୍ତେ କେଉଁଆଡେ ଫେରାର ହୋଇଯାଇଥିଲେ । କୁହାଯାଉଛି କି ରୋଜା ବିନିଯୋଗକାରୀଙ୍କ ଠାରୁ ୩୦ ହଜାର କୋଟିରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ।