ଅଲିଭ ରିଡଲେ ଉପରେ ବାତ୍ୟାର ପ୍ରଭାବ: ନଷ୍ଟ ହୋଇଯିବ ହଜାର ହଜାର କଇଁଛ ଅଣ୍ଡା !

208

କନକ ବ୍ୟୁରୋ: ବାତ୍ୟା ଅସାନୀ ପାଇଁ ଅଶାନ୍ତ ରହିବ ସମୁଦ୍ର । ଏହାର ପ୍ରଭାବରେ କିଛି ସ୍ଥାନରେ ଲଗାଣ ବର୍ଷା ହେବ । ଆଉ ଗଞ୍ଜାମ ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ରୁଷିକଲ୍ୟା ମୁହାଣରେ ଥିବା ବାଲି ଭିତରେ ପୋତି ହୋଇ ରହିଥିବା ଅଣ୍ଡା ନଷ୍ଟ ହୋଇପାରେ । ଏହା ପୂର୍ବରୁ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଏକ ଟିମ୍ ରୁଷିକୁଲ୍ୟା ମୁହାଣ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି ।

ଦୀର୍ଘ ୨୮ ବର୍ଷ ପରେ ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଏଠାରେ କଇଁଛ ଅଣ୍ଡା ଦେଇଛନ୍ତି । ଚଳିତ ବର୍ଷ ୫ ଲକ୍ଷ ୭୦ ହଜାର  ରେକର୍ଡ଼ ସଂଖ୍ୟକ କଇଁଛ ଅଣ୍ଡାଦାନ କରିଛନ୍ତି । କିନ୍ତୁ ଗତ ଦୁଇ ବର୍ଷ ଧରି ଏଠାକୁ କଇଁଛଙ୍କ ଆଗମନ କମିଯାଇଥିଲା । ୨୦୨୦ରେ ୩ ଲକ୍ଷ ୫୦ ହଜାର କଇଁଛ ଅଣ୍ଡା ଦେଇଥିଲେ । ବେଳେ ୨୦୨୧ରେ ମାତ୍ର ୩ ରୁ ୪ ହଜାର କଇଁଛ ଅଣ୍ଡା ଦେଇଥିଲେ । ଏବେ ବାତ୍ୟାର ଭୟ ରେକର୍ଡ ସଂଖ୍ୟକ ଅଲିଭ ରିଡଲେ ଅଣ୍ଡା ଉପରେ ପ୍ରଭାବ ପକାଇପାରେ ।