କ୍ରିକେଟ ମୈଦାନକୁ ଓହ୍ଲାଇଲେ ସାଧୁ ସନ୍ଥ, ପବନରେ ଉଡିଲା ଚୌକା ଛକା ।

225

କନକ ବ୍ୟୁରୋ: ମଧ୍ୟପ୍ରଦେଶ ଛତରପୁରରେ ଏକ ନିଆରା କ୍ରିକେଟ ମ୍ୟାଚ୍ ଅନୁଷ୍ଠିିତ ହୋଇଛି । ଏଠାରେ ସାଧୁସନ୍ଥଙ୍କର ଦୁଇ ଗୋଷ୍ଠୀ ମଧ୍ୟରେ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମ୍ୟାଚଟି ଦେଖିବାର ଥିଲା । କାରଣ ମୈଦାନକୁ ଓହ୍ଲାଇବା ପରେ ସାଧୁମାନେ ଚକାଛୌକା ମାରିଥିଲେ । ଦେଖୁଥିବା ଦର୍ଶକ ଚକିତ ହୋଇଯାଇଥିଲେ ।ମଠ ମନ୍ଦିରର ସାଧୁ, ନାଗା ସାଧୁ ଓ ଅଖାଡାର ସନ୍ଥମାନେ ଏହି ମ୍ୟାଚରେ ଯୋଗ ଦେଇ ଶରୀର ପାଇଁ ଖେଳର ଆବଶ୍ୟକତା ତଥା ଯୁବକମାନଙ୍କୁ କ୍ରୀଡା ପ୍ରତି ପ୍ରୋତ୍ସାହିତ କରିବାକୁ ଏପରି ପ୍ରୟାସ କରାଯାଇଛି ବୋଲି କହିଛନ୍ତି ନିର୍ମୋହି ଅଖାଡା ମହନ୍ତ ରାଜୀବ ଲୋଚନ ଦାସ ।

କୁମ୍ଭ ମେଳାରେ ନାଗା ସାଧୁମାନେ ନିଜର ସାମର୍ଥ୍ୟକୁ ପ୍ରଦର୍ଶନ କରିବାକୁ ଯାଇ ଖଣ୍ଡା ତଲୱାର ବୁଲାଉଥିବାର ଦେଖିବାକୁ ମିଳିଥାଏ । ଏଠି ପଡିଆରେ ମଧ୍ୟ ଆଜି ଆଉ ଏକ ସାମର୍ଥ୍ୟର ପ୍ରଦର୍ଶନ ହୋଇଛି ବୋଲି ରାଜୀବ ଲୋଚନ ଦାସ କହିଛନ୍ତି ।