ରାଜ୍ୟରେ କମୁନାହିଁ ଦୈନିକ ସଂକ୍ରମଣ : ପ୍ରଶ୍ନ ଉଠୁଛି ଦ୍ୱିତୀୟ ଲହର ଲମ୍ବୁଛି, ନା ତୃତୀୟ ଲହରର ଆଗୁଆ ସଂକେତ; ଡ଼ିଏମଇଟି କହିଲେ, ଆସିନାହିଁ ତୃତୀୟ ଲହର

211

କନକ ବ୍ୟୁରୋ : ରାଜ୍ୟରେ କମୁନି ସଂକ୍ରମଣ । ଦୁଇ ହଜାର ତଳକୁ ସଂକ୍ରମଣ କମିବାର ନାଁ ନେଉନାହିଁ । ଏଥି ସହିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାଲେ ଲାଗିଛି । ତେବେ ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଦ୍ବିତୀୟ ଲହର ଲମ୍ବୁଛି, ନା ତୃତୀୟ ଲହରର ଏହା ଆଗୁଆ ସଙ୍କେତ । ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସେ କହିଛନ୍ତି,ଟିପିଆର ଅନୁସାରେ ସଂକ୍ରମଣ ବଢୁନି । ଯେଉଁଠି ଅଧିକ ପଜିଟିଭ ଆସୁଛି ସେଠି ଫୋକସ କରାଯାଉଛି । ତୃତୀୟ ଲହର କାଳ୍ପନିକ ଅବସ୍ଥାରେ ଅଛି । ସରକାର ଯେଉଁ ତିନି ମାସ ଘର ଘର ବୁଲି ସର୍ଭିଲେନ୍ସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତାହା ଏବେ ଚାଲୁଅଛି । ଏହା ଭିତରେ ଯାହାଙ୍କର କୋଭିଡ୍ ପଜିଟିଭ ବାହାରୁଛନ୍ତି ତାଙ୍କୁ ଆଇସୋଲେଟ କରାଯାଉଛି ।

ସେପଟେ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, କିଛି ସ୍ଥାନରେ ସଂକ୍ରମଣ ଧୀରେ ଧୀରେ କମୁଛି । ବର୍ତ୍ତମାନ ରୋଗୀଙ୍କ ସଂଖ୍ୟା କମ୍ ଅଛି । ଚିନ୍ତା ବଢ଼ାଉଛି ଭୁବନେଶ୍ୱର, ମୟୁରଭଞ୍ଜ । ତେବେ ଲୋକ ଟେଷ୍ଟ କରିବାକୁ ଆସୁଛନ୍ତି ଓ ପଜିଟିଭ ଚିହ୍ନଟ ହେଉଛନ୍ତି । ସଂକ୍ରମଣ ବଢ଼ୁନି ଓ ରୋଗୀ ଗୁରୁତର ହେଉ ନାହାନ୍ତି ଯାହା ଆସ୍ବସ୍ତିକର ଖବର ।

ଉପକୂଳ ୫ ଜିଲ୍ଲାରେ ଟ୍ରେସିଂ , ଟେଷ୍ଟିଙ୍ଗ, ଚିକିତ୍ସାକୁ ଗୁରୁତ୍ୱ ଦିଆଯାଉଛି । ସେହିପରି ସଂକ୍ରମଣ କମୁନଥିବା ଜିଲ୍ଲାରେ ସର୍ଭିଲେନ୍ସ ବଢ଼ାଯିବ ଏବଂ ଟେଷ୍ଟିଙ୍ଗ ମଧ୍ୟ ବଢ଼ାଯିବ । କେନ୍ଦ୍ରୀୟ ଟିମ ବିଭିନ୍ନ ସ୍ଥାନ ବୁଲୁଛନ୍ତି । ଅନ୍ୟପକ୍ଷରେ ତୃତୀୟ ଲହର ପାଇଁ ଯେତିକି ମେଡିକାଲ ଅଛି ଯଥେଷ୍ଟ । ଆବଶ୍ୟକ ପଡିଲେ ନୂଆ ମେଡିକାଲ ହେବ ।