କନକ ବ୍ୟୁରୋ : ନଈ ପାଲଟିଛି ରାସ୍ତା । ପୋଲ ନଥିବାରୁ ଲୋକେ ଅଂଟାଏ ପାଣିରେ ନଦୀ ଭିତରେ ନଦୀ ପାର ହେଉଛନ୍ତି । ଗଞ୍ଜାମ ଜିଲ୍ଲାରୁ ଆସିଛି  ଏଭଳି ଚିତ୍ର । ମଣ୍ଡ ମରେଇ ଗାଁକୁ ଯିବାକୁ ଆସ୍କା ଓ ଧରାକୋଟ ବ୍ଲକର ସାତଖଣ୍ଡ ପଂଚାୟତର  ପଚାଶରୁ ଅଧିକ ଗାଁ ଲୋକଙ୍କୁ ଋଷିକୁଲ୍ୟା ନଦୀ ପାର ହେବାକୁ ପଡ଼ୁଛି । ମଣ୍ଡ ମରେଇରେ କଲେଜ ହସ୍ପିଟାଲ ଏବଂ ବ୍ୟାଙ୍କ ଥିବାରୁ ଯାତାୟତ ଏବେ ବି ସମସ୍ୟା ରହିଛି । ଏଠାକାର ଲୋକେ ଯିବାଆସିବା ପାଇଁ ଋଷିକୂଲ୍ୟା ନଦୀ ଉପରେ ନିର୍ଭର କରିଥାନ୍ତି । ପାଠ ପଢିବା, ସ୍କୁଲ, କଲେଜ ଯିବା ସହ ଅନ୍ୟାନ୍ୟ କାମରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୋଲଟିଏ ପାଇଁ ଦାବି କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

Advertisment