କରୋନା ଟିକାକରଣକୁ ନେଇ ଆସିଲା ଭଲ ଖବର : ଟିକା ନେଇ ସନ୍ତୁଷ୍ଟ ଅଛନ୍ତି ୯୭ ପ୍ରତିଶତ ଲୋକ

ଏଯାଏ ୬୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଇଥିବା  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା; ସେପଟେ ରାଜ୍ୟରେ ବଢିବ ପ୍ରଥମ ପର୍ଯ୍ୟାୟ ଟିକାକରଣ ଅବଧି

94

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ କମିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି । ଏହାରି ଭିତରେ କରୋନା ଟିକାକରଣକୁ ନେଇ ଆସିଛି ଭଲ ଖବର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଟିକାକରଣଶ ପ୍ରକ୍ରିୟାରେ ୯୭ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ସମଗ୍ର ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ମାର୍ଚ୍ଚ ୧ ସୁଦ୍ଧା ସମସ୍ତ ଆଗଧାଡିର କର୍ମୀଙ୍କୁ ଟିକା ଦେବା ପ୍ରକ୍ରିୟା ଶେଷ କରିବାକୁ ହେବ ।

ଏଯାଏ ୬୫ ଲକ୍ଷରୁ ଅଧିକ ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କୋଭିଡ ଯୋଦ୍ଧାଙ୍କୁ ଭ୍ୟାକସିନ ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ପକ୍ଷରୁ ସୂଚନା ଦିଆଯାଇଛି । ସେମ।।ନଙ୍କ ପାଇଁ ଦ୍ୱିତୀୟ ଡୋଜ ଫେବ୍ରୁଆରୀ ୧୩ରୁ ଆରମ୍ଭ ହେବ ।  ଦେଶର ମୋଟ ସଂକ୍ରମଣ ମାମଲାର ୪୫ ପ୍ରତିଶତ କେବେଳ କେରଳରେ ଏବଂ ୨୫ ପ୍ରତିଶତ  ମହାରାଷ୍ଟ୍ରରେ ରହିଛି । ଏହି ଦୁଇ ରାଜ୍ୟରେ କେନ୍ଦ୍ରୀୟ ଟିମ ସ୍ଥିତି ଅନୁଧ୍ୟାନ କରି  ସରକାରଙ୍କୁ କେତେକ ଜରୁରୀ ପଦକ୍ଷେପ ପାଇଁ ପରାମର୍ଶ ଦେଇଛନ୍ତି ।

ସେପଟ ରାଜ୍ୟରେ ବଢିବ ପ୍ରଥମ ପର୍ଯ୍ୟାୟ ଟିକାକରଣ ଅବଧି ।  ଯେତିକି  ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପାଇଁ ପଂଜୀକୃତ ହୋଇଛନ୍ତ ସେଥିରୁ ୭୯.୫ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇସାରିଲେଣି । ତଥାପି ଆହୁରି ୬୯ ହଜାର ୩୧୪ ସ୍ୱାସ୍ଥ୍ୟକର୍ମୀ ଟିକା ନେବା ପାଇଁ ରହିଛନ୍ତି । ଆଜି  ଟିକାକରଣର ଶେଷ ଦିନ ଥିବା ବେଳେ ଏତେ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଗୋଟିଏ ଦିନରେ ଟିକା ଦେବା ଅସମ୍ଭବ ।  ତେଣୁ ଅବଧିକୁ ଆହୁରି କିଛିଦିନ ପାଇଁ ବଢାଯିବ ବୋଲି ସ୍ପଷ୍ଟ କରାଯାଇଛି ।  ତେବେ ସମସ୍ତଙ୍କୁ  ପ୍ରଥମ ଡୋଜ ଟିକା ପ୍ରଦାନ କରିବା ଲାଗି ଅବଧିକୁ ବୃଦ୍ଧି କରିବାକୁ ଯୋଜନା ହୋଇଛି ।  ତେବେ ଟିକାକରଣ ଅବଧିକୁ କେତେଦିନ ବଢାଯିବ ତାହା ସ୍ଥିର ହୋଇନଥିବା କହିଛନ୍ତି ରାଜ୍ୟ ନୋଡାଲ ଅଧିକାରୀ ଡାକ୍ତର ବିଜୟ ପାଣିଗ୍ରାହୀ ।