କରୋନା ଚିହ୍ନୁଛି କୁକୁର । ସଂକ୍ରମଣ ହୋଇଛି କି ନା ସୁଙ୍ଘି ସୁଙ୍ଘି ଜାଣୁଛି ସେନାର କୁକୁର । 

79

କନକ ବ୍ୟୁରୋ : କରୋନା ଭୂତାଣୁର ଚିହ୍ନଟ କରିବା ପାଇଁ ବିଭିନ୍ନ ପ୍ରକାରର ଟେଷ୍ଟିଂ କିଟ ବାହାର କରାଯାଇଛି। ପାଟିରୁ ଏବଂ ନାକରୁ ସ୍ବାବ ନମୁନା ନେଇ ପରୀକ୍ଷା କରାଯିବା ସହ ବ୍ୟକ୍ତିଜଣକ କରୋନା ଆକ୍ରାନ୍ତ କି ନାହିଁ ଚିହ୍ନଟ କରାଯାଉଛି। ହେଲେ ଭାରତୀୟ ସେନାରେ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରିବା ପାଇଁ କୁକୁରକୁ ବ୍ୟବହାର କରାଯାଉଥିବା ଜଣାପଡ଼ିଛି। ଭାରତୀୟ ସେନାରେ ଥିବା କକର ସ୍ପାନିଏଲ ପ୍ରଜାତିର କୁକୁର କାସପରକୁ ଏହି କାମରେ ଲଗାଯାଇଛି। କାସପର ଭାରତୀୟ ଚିପିପାରେ ପ୍ରଜାତିର କୁକୁର ଜୟା ସହ ମିଶି ଲୋକଙ୍କ ପରିଶ୍ରାକୁ ଆଘ୍ରାଣ କରି ସେ କରୋନା ଆକ୍ରାନ୍ତ କି ନାହିଁ ଚିହ୍ନଟ କରୁଥିବା ଜଣାଯାଇଛି।

ଏପର୍ୟ୍ୟନ୍ତ କାସପର ଏବଂ ଜୟା ୩,୮୦୦ ନମୁନା ଆଘ୍ରାଣ କରି ପରୀକ୍ଷା କରିଥିବା ବେଳେ ସେ ମଧ୍ୟରୁ ୨୨ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। କାସପର ଏବଂ ଜୟାଙ୍କ ଆଗରେ ପରିଶ୍ରା ଥିବା କିଛି ବକ୍ସ ରଖାଯାଉଥିବା ବେଳେ ସେମାନଙ୍କୁ ଆଘ୍ରାଣ କରିବାକୁ କୁହାଯାଏ। ଏହା ପରେ ସେମାନେ ଆଘ୍ରାଣ କରି ଯେଉଁ ବକ୍ସ ପାଖରେ ବସିପଡ଼ନ୍ତି, ସେ ବକ୍ସରେ ଥିବା ନମୁନା କରୋନା ପଜିଟିଭ ବୋଲି ଜଣାପଡ଼ିଥାଏ। କାସପର ଏବଂ ଜୟାଙ୍କୁ ସେନା ଯବାନଙ୍କ ମଧ୍ୟ‌ରେ କରୋନା ଭୂତାଣୁ ଚିହ୍ନଟ ପାଇଁ ସେପ୍ଟେମ୍ବର ମାସରୁ ବ୍ୟବହାର କରାଯାଉଛି।