ଚୀନରେ ବଢି ବଢି ଚାଲିଛି କରୋନା ସଂକ୍ରମଣ: ୨ ବର୍ଷରେ ଚିହ୍ନଟ ହେଲା ସର୍ବାଧିକ ମାମଲା

195

କନକ ବ୍ୟୁରୋ: କରୋନାରେ କଲବଲ ହେଉଛି ଚୀନ । ଚୀନରେ କରୋନା ସଂକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି । ବୁଧବାର ସାମ୍ନାକୁ ଆସିଥିବା ମାମଲା ଦୁଇ ବର୍ଷରେ ପ୍ରଥମ ବୋଲି ଚୀନ ସ୍ୱାସ୍ଥ୍ୟ ବିଭାଗ କହିଛି । ସେପଟେ ଲକଡାଉନ ଯୋଗୁଁ ଘର ବନ୍ଦି ହୋଇ ରହୁଛନ୍ତି ୨ କୋଟିରୁ ଅଧିକ ଲୋକେ । ଅନ୍ୟପଟେ ସାଙ୍ଘାଇରେ ଲାଗୁ ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ବୁଧବାର ଶେଷ ହେଉଛି ।

ସାରା ବିଶ୍ୱକୁ ମହାମାରୀ ବାଂଟିଥିବା ଚୀନ ଏବେ କରୋନା ଜାଲରେ ଛନ୍ଦି ହୋଇଯାଇଛି । ଚୀନରେ ଏବେ କରୋନା ଭୂତାଣୁର ତାଣ୍ଡବ ଦେଖିବାକୁ ମିଳୁଛି । ଗତ ୨୪ ଘଂଟା ମଧ୍ୟରେ ୨୦ ହଜାର ୪୭୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାମାରୀ ଆରମ୍ଭ ହେବାର ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଏଭଳି ଏତେ ସଂଖ୍ୟକ ମାମଲା ସାମ୍ନାକୁ ଆସିଥିବା ଚୀନ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । କରୋନାକୁ ନିୟନ୍ତ୍ରଣ କରିବା ପାଇଁ ଚୀନର ଶୂନ୍ୟ ସହିଷ୍ଣୁତା ନୀତି ମଧ୍ୟ ଫେଲ ମାରିଛି । ସେପଟେ ଲକଡାଉନ ଯୋଗୁଁ ସାଙ୍ଘାଇରେ ୨ କୋଟି ୬୦ ଲକ୍ଷ ଲୋକେ ଘରବନ୍ଦି ହୋଇଥିବା ଜଣାପଡିଛି ।

ଚୀନର ଦୃତ ଗତିରେ ବ୍ୟାପୁଛି କୋଭିଡ ସଂକ୍ରମଣ । କରୋନାର ଓମିକ୍ରନ ଭାରିଆଂଟ ଚୀନରେ ଚିନ୍ତା ବଢାଉଛି । ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବାପାଇଁ କୋଭିଡ କଟକଣା କଠୋର କରୁଛି ଚୀନ । ଏବଂ ଚୀନର କଠୋର ନୀତି ଆତଙ୍କିତ ଅବସ୍ଥାରେ ସାଧାରଣ ଜନତା । ସେପଟ ଚୀନର ଆର୍ଥିକ ରାଜଧାନୀ କୁହାଯାଉଥିବା ସାଙ୍ଘାଇରେ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଜାରିରହିଥିବା ବେଳେ ଅନ୍ୟ ୨୩ଟି ସହରରେ ମଧ୍ୟ ଆଂଶିକ ଲକଡାଉନ ଲାଗୁ ହୋଇଛି । ଜରୁରୀକାଳିନ ସେବା ଓ ସ୍ୱାସ୍ଥ୍ୟ ସେବା ବ୍ୟତୀତ ଅନ୍ୟ କୌଣସି କାମ ଥିଲେ ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇନ ଶୃଙ୍ଖଳା କଡାକଡି କରିବାକୁ ଚୀନ୍ ନିଜର ସେନାକୁ ମଧ୍ୟ ନିୟୋଜିତ କରିଛି ।

ସେପଟେ ସାଙ୍ଘାଇରେ ଲାଗୁହୋଇଥିବା ଲକଡାଉନ ବୁଧବାର ଶେଷ ହୋଇଛି । ତେବେ ଦେଖିବାକୁ ବାକି ରହିଲା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ କଣ ନୂଆ ରଣନୀତି ଆପଣଉଛି ।