ପୁଣି ଚୀନରେ ବଢିଲା କରୋନା ସଂକ୍ରମଣ: ସାଂଘାଇରେ ସାଘାଂତିକ ସ୍ଥିତି, ମିଳୁନି ଔଷଧ, ଖାଦ୍ୟ

148

କନକ ବ୍ୟୁରୋ: କରୋନା ମହାମାରୀର ଏନ୍ତୁଡିଶାଳ ଚୀନରେ ପୁଣି ତାଣ୍ଡବ ଆରମ୍ଭ ହୋଇଛି । ଦେଶର ପ୍ରାୟ ୧୦୦ ସହର କୋଭିଡ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ସ୍ଥିତି ଏପରି ହୋଇଛି କି ଜିରୋ କୋଭିଡ ନୀତି ଆପଣାଇ ୨୭ ସହରକୁ ଲକଡାଉନ କରାଯାଇଛି । ଚୀନର ବିଜନେସ ହବ ଓ ପଲଟିକାଲ ହବ କୁହାଯାଉଥିବା ସାଂଘାଇ ଓ ବେଜିଂରେ ସ୍ଥିତି ବେଶ ସଂଗୀନ ହେବାରେ ଲାଗିଛି । ସାଂଘାଇକୁ ସମ୍ପୂର୍ଣ୍ଣ ଲକଡାଉନ କରାଯିବା ସହ ଅଢେଇକୋଟିରୁ ଅଧିକ ଲୋକ ଗୃହବନ୍ଦୀ ହୋଇଛନ୍ତି ।ଅତ୍ୟାବଶକୀୟ ଜିନିଷରର ଘୋର ଅଭାବ ଭିତରେ ସାଂଘାଇ ଲୋକଙ୍କ ଜୀବନ ବିତୁଛି ।ସେପଟେ କାରବାର ଠପ୍ ହେବା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଦୋହଲିଲାଣି ।

ସାଂଘାଇର ବର୍ତମାନ ସ୍ଥିତି
ବିବାହ ଉପରେ ରୋକ ଲାଗିଛି
ଅନ୍ତିମ ସଂସ୍କାର ସମୟରେ କଡ଼ାକଟକଣା ଲାଗୁ ହୋଇଛି
ପ୍ରାୟ ଅଢେଇ କୋଟି ଲୋକ ଘରେ ବନ୍ଦୀ ରହିଛନ୍ତି
ଶିକ୍ଷାନୁଷ୍ଠାନ ଓ ଅଫିସକୁ କ୍ୱାରେଂଟିନ ସେଲଟର କରାଯାଇଛି
ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ଥାନର ଅଭାବ ଦେଖାଗଲାଣି
ଡାକ୍ତରଖାନାରେ ବେଡ ଅଭାବ ପରିଲିକ୍ଷିତ
ଅତ୍ୟାବଶକୀୟ ଜିନିଷର ଘୋର ଅଭାବ
ସରକାରୀ ଓ ଘରୋଇ ଅଫିସରେ ତାଲା ପଡିଛି
ଆର୍ଥିକ କ୍ଷତି ସହୁଛି ଚୀନ

ଚୀନରେ କୋଭିଡ କାୟା ବିସ୍ତାର କରୁଥିବା ଯୋଗୁଁ ୮୭ଟି ସହରରେ ଛୋଟବଡ କଟକଣା ହୋଇଛି । ଯାହା ଏଠାକାର ଜିଡିପି ହ୍ରାସ କରିବା ସହ ଅର୍ଥବ୍ୟବସ୍ଥା ସମସ୍ୟା ସୃଷ୍ଟି କଲାଣି ।