ଶ୍ରୀଲଙ୍କାକୁ ଆର୍ଥିକ ସହାୟତା ପାଇଁ ତାମିଲନାଡୁ ବିଧାନସଭାରେ ପାରିତ ହେଲା ବିଧେୟକ: କେନ୍ଦ୍ର ସରକାରଙ୍କ ଅନୁମତି ମାଗିଲେ ଏମକେ ଷ୍ଟାଲିନ୍

245

କନକ ବ୍ୟୁରୋ: ଆର୍ଥିକ ସଙ୍କଟରେ ବୁଡି ରହିଥିବା ଶ୍ରୀଲଙ୍କାକୁ ସହାୟତା ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ଶୁକ୍ରବାର ତାମିଲନାଡୁ ବିଧାନସଭାରେ ଏକ ବିଧେୟକ ଆଣିଛନ୍ତି । ଯାହା ଦ୍ୱାରା ଶ୍ରୀଲଙ୍କାକୁ ସିଧାସଳଖ ସହାୟତା ଯୋଗାଇ ପାରିବ ତାମିଲନାଡୁ । ଆଉ ଏଥିପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରବାକୁ ଦାବି କରିଛନ୍ତି ଷ୍ଟାଲିନ । ରାଜ୍ୟ ବିଧାନସଭାରେ ଏମ.କେ. ଷ୍ଟାଲିନ ସବୁ ଦଳର ସମର୍ଥନ ଲୋଡିଛନ୍ତି ।

ଏହି ବିଧେୟକରେ ଶ୍ରୀଲଙ୍କାକୁୁ ଡାଲି, ଚାଉଳ , ଦୁଗ୍ଧ ଜାତୀୟ ସାମ୍ରଗୀ ସହ ଓଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଷ୍ଟାଲିନ କହିଛନ୍ତି ଏସମ୍ପର୍କରେ କେନ୍ଦ୍ର୍ର ସରକାରଙ୍କୁ ଚିଠି ଦିଆଯାଇଥିଲେ ମଧ୍ୟ ଏହାର କୋଣସି ଉତର ଏଯାଏ ମିଳି ନାହିଁ । ପୁର୍ବରୁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ଷ୍ଟାଲିନ ଏବଂ ଶ୍ରୀଲଙ୍କାବାସିଙ୍କୁ ଆର୍ଥିକ ସହାୟତା ଦିଗରେ ମାନବିକତା ଦୃଷ୍ଟିରେ କ୍ରେନ୍ଦ ସରକାରଙ୍କ ଅନୁମତି ଲୋଡ଼ିଥିଲେ । ସୂଚନାଯୋଗ୍ୟ, ନିକଟରେ ଭାରତ ସରକାର ୧୮,୫୦୦କୋଟିର ସାହାଯ୍ୟ ଶ୍ରୀଲଙ୍କାକୁ ଦେଇଥିଲେ ।