ଯୁବବର୍ଗଙ୍କ ପାଇଁ କଂଗ୍ରେସର ଘୋଷଣା ପତ୍ର : ୨୦ଲକ୍ଷ ସରକାରୀ ଚାକିରି ସହ ୮ଲକ୍ଷ ମହିଳାଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି

516

କନକ ବ୍ୟୁରୋ : ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ଯୁବବର୍ଗଙ୍କ ପାଇଁ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି କଂଗ୍ରେସ । ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ୨୦ ଲକ୍ଷ ସରକାରୀ ଚାକିରି ସହ ୮ଟି ପ୍ରତିଶ୍ରୁତି ଦେଇଛି କଂଗ୍ରେସ । ଘୋଷଣାପତ୍ରରେ କୁହାଯାଇଛି, ଦଳ କ୍ଷମତାକୁ ଆସିଲେ ୨୦ ଲକ୍ଷ ସରକାରୀ ଚାକିରି ଦେବ । ୮ ଳକ୍ଷ ସରକାରୀ ପଦବୀ ମହିଳାଙ୍କ ପାଇଁ ରହିବ । ପରିକ୍ଷାର୍ଥୀଙ୍କ ପାଇଁ ମାଗଣା ହେବ ବସ୍ ଓ ଟ୍ରେନ୍ ଯାତ୍ରା ।

ସବୁ କମ୍ପିଟେଟିଭ୍ ପରୀକ୍ଷା ଶୁଳ୍କ ମାଗଣା ହେବ । ଏହା ସହ ଖାଲି ଥିବା ଦେଢ ଲକ୍ଷ ଶିକ୍ଷକ ପଦବୀ ପୂରଣ କରାଯିବ । ୩୦ ବର୍ଷରୁ ଅଧିକ ଉଦ୍ୟମୀଙ୍କୁ ପ୍ରାଥମିକତା ଦିଆଯିବ । ଏହି ଅବସରରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ବିଜେପିକୁ ଟାର୍ଗେଟ୍ କରିଥିଲେ । ରାହୁଲ ଗାନ୍ଧୀ କହିଥିଲେ, ସରକାର କେବଳ ଉଦ୍ୟୋଗପତିଙ୍କ ହାତକୁ ମଜବୁତ କରୁଛି । ଏହା ସହ ରାହୁଲ ଗାନ୍ଧୀ କହିଛନ୍ତି, ଉତ୍ତରପ୍ରଦେଶରେ ପ୍ରତି ୨୪ ଘଂଟାରେ ପାଖାପାଖି ୮୮୦ ଜଣ ଯୁବକ ନିଜର ରୋଜଗାର ହରାଉଛନ୍ତି । ବିଜେପି ସରକାରର ଏହି ୫ ବର୍ଷ ମଧ୍ୟରେ ପାଖାପାଖି ୧୬ ଲକ୍ଷ ଯୁବକ ସେମାନଙ୍କ ରୋଜଗାର ହରାଇଛନ୍ତି ।