ନୀରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ପାଳନ ହେବ ସହିଦଙ୍କ ପାଇଁ ୨ ମିନିଟ୍ ନିରବ ପ୍ରାର୍ଥନା ।

407

କନକ ବ୍ୟୁରୋ: ଆସନ୍ତାକାଲି ରାଜ୍ୟବ୍ୟାପୀ ଶିକ୍ଷାନୁଷ୍ଠାନରେ ୨ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ । ଗତକାଲି ପୁଲୱାମା ଠାରେ ଆତଙ୍କବାଦୀଙ୍କ ବର୍ବରୋଚିତ ଆକ୍ରମଣରେ ୪୨ ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି । ଦେଶମାତୃକା ପ୍ରତି ସେମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ଦିନ ୧୧ ଟାରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ୨ମିନିଟ୍ ନୀରବତା ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

ସେପଟେ ଏହି ଆକ୍ରମଣ ନେଇ ଦେଶର କୋଣ ଅନୁକୋଣରେ ସହିଦ ଯବାନଙ୍କୁ ଅଶ୍ରୁଳ ଶଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ଦେଶବାସୀ । ବିଭିନ୍ନ ରାଜନୈତିକ ଦଳ ମଧ୍ୟ ଏହି ଘଟଣା ପରେ ରାଜନୀତିକୁ ବାଦ୍ ଦେଇ ସରକାର ଏବଂ ଯବାନଙ୍କ ସହିତ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି । ସରକାରଙ୍କ ସମସ୍ତ ନିଷ୍ପତିକୁ ସମର୍ଥନ ଜଣାଇବା ସହ ଆତଙ୍କବାଦୀ ସଂଗଠନକୁ ଦୃଢ଼ ଜବାବ ଦେବା ପାଇଁ ଯବାନଙ୍କ ଉତ୍ସାହିତ କରୁଛନ୍ତି ବିରୋଧୀ ଦଳ ।