ପୁଲୱାମାରେ ସହିଦ ହୋଇଗଲା ପୁଅ । ବିଛଣାରେ କ୍ୟାନସର ପିଡ଼ିତ ମା’କୁ ଛାଡ଼ି ଆଉ ଏକ ମା’ପାଇଁ ବଳିଦାନ ଦେଲା ବୀର ଯବାନ ।

ଏପରକି ୪୨ ଜଣ ବାହାଦୁର ବୀର ଯବାନଙ୍କ ସହିଦ ପରେ ସତେ ଯେମିତି ପ୍ରକୃତି ମଧ୍ୟ ଶୋକ ମନାଉଛି । ନାଁ ଶୁଭଛି ପକ୍ଷୀଙ୍କ କିଚିରି ମିଚିରି ନାଁ ଶୁଣାଯାଉଛି କୌଣସି ଶବ୍ଦ ।

284

କନକ ବ୍ୟୁରୋ: ଗତକାଲି ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୪୨ ବୀର ଯବାନଙ୍କ ଗାଥା ଭାରତ ବଳିଦାନର ସ୍ୱର୍ଣ୍ଣିମ ଇତିହାସରେ ଲିପିବଦ୍ଧ ହୋଇରହିଗଲା । ଆଉ ସହିଦ ହୋଇଥିବା ବୀର ସନ୍ତାନଙ୍କୁ ଆଜି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି ଭାରତବାସୀ । କିନ୍ତୁ ଏହି ୪୨ଜଣ ସହିଦ ଯବାନଙ୍କ ମଧ୍ୟରୁ ଏପରି ଜଣେ ସହିଦ ଅଛନ୍ତି ଯାହାଙ୍କ ପାରିବାରିକ ସ୍ଥିତି ବିଷୟରେ ଜାଣିଲେ ଆପଣଙ୍କ ଆଖିରୁ ଧାର ଧାର ଲୁହ ଖସିପଡ଼ିବ ।

ପୁଲୱାମା ସହିଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଉତ୍ତର ପ୍ରଦେଶର ଲାଲ ଅବଧେଶ ଯାଦବ । ଦୁଇ ଦିନ ପୂର୍ବେ ନିଜ କ୍ୟାନସର ପିଡ଼ିତ ମା’କୁ ମନଭରି ଦେଖି ପୁଣି ଦେଶ ପାଇଁ ରକ୍ତ ବୁହାଇବାକୁ ଅଣ୍ଟାଭିଡ଼ି ଲଢ଼ିବାକୁ ଚାଲିଗଲେ । ଆଉ ତା..ପରେ ନିଜ କ୍ୟାନସର ପିଡ଼ିତଥିବା ଶଯ୍ୟାଶୟୀ ମା’କୁ ଛାଡ଼ି ଆଉ ଏକ ମା ଭାରତ ମାତା ପାଇଁ ସହିଦ ହୋଇଗଲେ ।

ସବୁଠାରୁ ଦୁଖଃଦ ବିଷୟ ହେଲା ଯେ, ୨ ଦିନ ପୂର୍ବେ ଯେଉଁ ପୁଅକୁ ଭାରତ ମାତାର ସୁରକ୍ଷା ପାଇଁ ବିଦାୟ ଦେଇଥିଲା ମା । ସେ ଏପର୍ଯ୍ୟନ୍ତ ଜାଣିନାହିଁ କି ତା’ପୁଅ ଆଉ ଏ ଦୁନିଆରେ ନାହିଁ । ଭାରତ ମା’ ପାଇଁ ନରହନ୍ତା ଆତଙ୍କବାଦୀଙ୍କ ଗୁଳିକୁ ହସି ହସି ଛାତିପାତି ଖାଇଦେଇଛି ତାର ବୀର ପୁଅ ଅବଧେଶ । କିନ୍ତୁ ପୁଅର ଫେରିବା ବାଟକୁ ସବୁଦିନ ଭଳି ସେଇ ଲୋତକ ଭରା ଦୁଇ ଆଖିରେ ଚାହିଁ ବସିଛି ଅବଧେଶର କ୍ୟାନସର ପିଡ଼ିତ ମା ।

ସେପଟେ ଦେଶବାସୀଙ୍କ ପାଇଁ ନିଜ ଛାତିରେ ଗୁଳି ଖାଇ ବୀରଗତି ପ୍ରାପ୍ତ ହୋଇଯାଇଛନ୍ତି ଅବଧେଶ । ଏବଂ ତାଙ୍କୁ ନତମସ୍ତକ ହୋଇ ପ୍ରଣିପାତ କରୁଛନ୍ତି ସାରା ଭାରତବାସୀ । ଅବଧେଶଙ୍କ ଭଳି ଅନ୍ୟ ସହିଦ ହୋଇଥିବା ଯବାନଙ୍କ ପାଇଁ ଏବେ ସାରା ଦେଶରେ ଶୋକାକୂଳ ପରିବେଶ । ଅନ୍ୟପଟେ ସହିଦ ହୋଇଥିବା ଯବାନଙ୍କ ପରିବାରର କୋହଭରା ଲୁହରେ ଫାଟି ପଡୁଛି ସାରା ଅଞ୍ଚଳ ।

ଏପରକି ୪୨ ଜଣ ବାହାଦୁର ବୀର ଯବାନଙ୍କ ସହିଦ ପରେ ସତେ ଯେମିତି ପ୍ରକୃତି ମଧ୍ୟ ଶୋକ ମନାଉଛି । ନାଁ ଶୁଭଛି ପକ୍ଷୀଙ୍କ କିଚିରି ମିଚିରି ନାଁ ଶୁଣାଯାଉଛି କୌଣସି ଶବ୍ଦ । ଲାଗୁଛି ସତେ ଯେମିତି ପ୍ରକୃତି ମଧ୍ୟ ଏହି ଯବାନଙ୍କ ସହିଦ ନେଇ ଶୋକର ଛାୟାରେ ବୁଡ଼ି ଯାଇଛି । ଗଗନ, ପବନ ଠାରୁ ଆରମ୍ଭ କରି ସିନ୍ଧୁ ଉପତ୍ୟାକା ସବୁ କିଛି ସବ୍ଧ ହୋଇଯାଇଛି ।