ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ କ୍ୟାମ୍ପେନ । ‘କେଜ୍ରିୱାଲ ଆଶୀର୍ବାଦ’ କ୍ୟାମ୍ପେନ ଆରମ୍ଭ । ହ୍ୱାଟ୍ସଆପ ନମ୍ବର ଦେଲେ ପତ୍ନୀ ସୁନୀତା

153

କନକ ବ୍ୟୁରୋ: ମଦ ଦୁର୍ନୀତି ମାମଲାରେ ଗିରଫ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଛି ‘କେଜ୍ରିୱାଲ ଆଶୀର୍ବାଦ’ କ୍ୟାମ୍ପେନ । ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଗଣମାଧ୍ୟକୁ ସମ୍ବୋଧିତ କରି ଏହି ସୂଚନା ଦେଇଛନ୍ତି । ଦିଲ୍ଲୀବାସୀଙ୍କୁ ଏକ ହ୍ୱାଟସଅପ ନମ୍ବର ଦେଇ ସୁନୀତା କିଛି ଅପିଲ କରିଛନ୍ତି । ଯେଉଁଥରେ କେଜ୍ରିୱାଲଙ୍କୁ ଆଶୀର୍ବାଦ ଦେବାକୁ, ତାଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବାକୁ, ସମର୍ଥନ ଜଣାଇବାକୁ କହିଛନ୍ତି ସୁନୀତା । ପୂର୍ବରୁ ମେ କେଜ୍ରିୱାଲ ହୁଁଁ ଠୁ ନେଇ ସୋସିଆଲ ମିଡିଆ କ୍ୟାମ୍ପେନ କରୁଛି ଆମ ଆଦମୀ ପାର୍ଟି ।

  • ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ କ୍ୟାମ୍ପେନ
  • ‘କେଜ୍ରିୱାଲ ଆଶୀର୍ବାଦ’ କ୍ୟାମ୍ପେନ ଆରମ୍ଭ
  • ହ୍ୱାଟ୍ସଆପ ନମ୍ବର ଦେଲେ ପତ୍ନୀ ସୁନୀତା

ଅନ୍ୟପଟେ ଇଡିର ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି କ୍ୟାବିନେଟ ମନ୍ତ୍ରୀ ଆତିଶୀ ମାର୍ଲେନା । ସାମ୍ବାଦିକ ସମ୍ମିଳନୀ କରି ଆତିଶୀ କହିଛନ୍ତି ଯେ ଦିଲ୍ଲୀ ସରକାରଙ୍କ ନିର୍ବାଚନୀ ରଣନୀତି ବାବଦରେ ଜାଣିବାକୁ ଚାହୁଁଛି ବିଜେପି । ତେଣୁ କୋର୍ଟରେ ଇଡି ନୂଆ ଅଭିଯୋଗ ଆଣିଛି । ତଦନ୍ତକାରୀ ସଂସ୍ଥା କହିଛି ଯେ କେଜ୍ରିୱାଲ ବ୍ୟବହାର କରୁଥିବା କିଛି ମୋବାଇଲ, ଲାପଟପ ଓ ମେସିନର ପାସୱାର୍ଡ ଦେଉ ନାହାଁନ୍ତି । ତେଣୁ ତାଙ୍କୁ ଅଧିକ ବିଚାର ବିଭାଗୀୟ ହାଜତରେ ରଖାଯାଉ । ସେପଟେ ବିଜେପି ଆପର ଅଭିଯୋଗର ପାଲଟା ଜବାବ ରଖିଛି ।

ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିମାଣ୍ଡ ଅବଧି ବୃଦ୍ଧି କରିଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ । ଏହାକୁ ଏପ୍ରିଲ ପହିଲା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧ରେ ହେବ ।