ଜିନ୍ଦଲ ଷ୍ଟେନଲେସ୍ ଷ୍ଟିଲ ପ୍ଲାଣ୍ଟରେ ବିପିଏନଏସଆଇର କର୍ମଶାଳା

47

କନକ ବ୍ୟୁରୋ: ଭାରତ ସରକାରଙ୍କ, ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ, ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ଯାଜପୁର କଳିଙ୍ଗ ନଗରଠାରେ ଅବସ୍ଥିତ ଜିନ୍ଦଲ ଷ୍ଟେନ୍ ଲେସ୍ ଷ୍ଟିଲ କାରଖାନାରେ ଷ୍ଟେନ୍ ଲେସ୍ ଷ୍ଟିଲ ମେକିଙ୍ଗ, ପ୍ରସେସ୍ ଡିଟେଲ୍ ଏବଂ ଇମୋସନାଲ ଇଂନ୍ଟେଲିଜେନ୍ସ ଏବଂ ମେନ୍ଟେନାନ୍ସ ମ୍ୟାନେଜମେନ୍ଟ୍ ସମ୍ବନ୍ଧୀୟ କର୍ମଶାଳା ଆୟୋଜନ କରିଥିଲେ।

କର୍ମଶାଳାର ଆରମ୍ଭରେ ଜିନ୍ଦଲ ଷ୍ଟେନ୍ ଲେସ୍ ଲିଃର ମାନବ ସମ୍ବଳ ମୁଖ୍ୟ ରାକେଶ ପାଠକ ବିପିଏନଏସଆଇର କର୍ମଚାରୀ ମାନଙ୍କୁ ସ୍ୱାଗତ କରିଥିଲେ ଏବଂ ପ୍ରଫେସନାଲ ପ୍ରି ପ୍ରୋଗ୍ରାମ୍ କର୍ମଶାଳାର ମହତ୍ୱ ବୁଝାଇବା ସହିତ କର୍ମଶାଳାର ସଫଳ କାମନା କରିଥିଲେ।

ବିପିଏନଏସଆଇ ତରଫରୁ, ଡଃ ସ୍ନିଗ୍ଧା ଘୋଷ୍, ଆସିଷ୍ଟାଣ୍ଟ ପ୍ରଫେସର, ଆଇ ଆଇଟି, ଭୁବନେଶ୍ୱର ଷ୍ଟେନ୍ ଲେସ୍ ଷ୍ଟିଲ ମେକିଙ୍ଗ, ବିଭିନ୍ନ ପ୍ରସେସ୍ ବିଷୟରେ ବିସ୍ତୃତ ବିବରଣୀ ଜିନ୍ଦଲ ଷ୍ଟେନ୍ ଲେସ୍ ଷ୍ଟିଲ ପ୍ଲାଣ୍ଟର ଇଂଜିନିୟର ମାନଙ୍କୁ ପଢାଇବା ସଙ୍ଗେ ସଙ୍ଗେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ । ଅପରାହ୍ନ ରେ ଡଂ ସୀମାନ୍ତ ମହାନ୍ତି ଇମୋସନାଲ ଇଂନ୍ଟେଲିଜେନ୍ସ ସମ୍ବନ୍ଧୀୟ ଦୀକ୍ଷାନ୍ତ ଭାଷଣ କର୍ମଶାଳାରେ ଉପସ୍ଥାପନ କରିଥିଲେ । କର୍ମଶାଳାର ଦ୍ୱିତୀୟ ଦିବସରେ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରୀତମ୍ ପୁରକାୟସ୍ଥ ସ୍ୱାଗତ ଭାଷଣ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠାନର କାର୍ଯ୍ୟ ଖସଡା, ଉପାଦେୟତା ଏବଂ ଇସ୍ପାତ ଶିଳ୍ପ ବିଷୟରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ । ପରେ ପରେ ବିପିଏନଏସଆଇରେ କାର୍ୟ୍ୟରତ ଶୁଶ୍ରୀ ଇତିଶ୍ରୀ ରାଉତ ମେନ୍ଟେନାନ୍ସ ମ୍ୟାନେଜମେନ୍ଟ୍ ବିଷୟରେ ନିଜ ଶୈକ୍ଷଣିକ ସଂଦର୍ଭ ଉପସ୍ଥାପନା କରୁଥିଲେ। ପରବର୍ତ୍ତୀ ସମୟରେ ଡଃ ବ୍ରହ୍ମ ଦେଓ, ପ୍ରଫେସର, ଆଇ ଆଇ ଟି ଭୁବନେଶ୍ୱର ପ୍ରେଡିକ୍ଟିଭ୍ ଆଣ୍ଡ ପ୍ରିଭେଣ୍ଟିଭ ମେନ୍ଟେନାନ୍ସ ଥ୍ଋ ଡିଜିଟାଲ୍ ଟ୍ଵିନ୍ ଟେକ୍ନୋଲୋଜି ବିଷୟରେ ଦୂରଭାଷ ମାଧ୍ୟମରେ ସ୍ପଷ୍ଟ ଭାବରେ ବୁଝାଇ ଥିଲେ।

ଶେଷରେ ଜିନ୍ଦଲ ଷ୍ଟେନ୍ ଲେସ୍ ଷ୍ଟିଲ ପ୍ଲାଣ୍ଟର ମାନବ ସମ୍ବଳ ଅଧିକାରୀ ଶ୍ୟାମ ତ୍ରିପାଠୀ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ପ୍ରଫେସନାଲ ପ୍ରି ପ୍ରୋଗ୍ରାମ୍ କର୍ମଶାଳାର ମହତ୍ବ ଏବଂ ଗୁରୁତ୍ୱ ପଚାରି ବୁଝିଥିଲେ ଏବଂ କର୍ମଶାଳାକୁ ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ଥିତ ସମସ୍ତ ଶ୍ରୋତା ଇଂଜିନିୟର ମାନେ ମଧ୍ୟ ଶିକ୍ଷା ଗ୍ରହଣ କରିବା ସହ ପ୍ରଶଂସା ପ୍ରଦାନ କରିଥିଲେ । କର୍ମଶାଳା ରେ ବିପିଏନଏସଆଇର ଶୁଶ୍ରୀ ଶାଶ୍ୱତୀ ମହାନ୍ତି, ଶୁଶ୍ରୀ ଇତିଶ୍ରୀ ରାଉତ ଏବଂ ଶ୍ରୀଯୁକ୍ତ ଭରତ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ। ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ପ୍ରଫେସର ସତ୍ୟପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।