ବାଲେଶ୍ୱର ଏଲଏଜ୍ ଲିଃ ରେ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ଏକ ଦିବସୀୟ କର୍ମଶାଳା ଆୟୋଜିତ

34

କନକ ବ୍ୟୁରୋ: ଭାରତ ସରକାରଙ୍କ ଇସ୍ପାତ ମନ୍ତ୍ରଣାଳୟ ଅଧୀନସ୍ଥ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନ, ବାଲେଶ୍ୱରଠାରେ ଅବସ୍ଥିତ ବାଲେଶ୍ୱର ଏଲଏଜ୍ ଲିଃ ରେ ଫେରୋ ଏଲଏଜ୍ ମେକିଙ୍ଗ୍, ସସ୍ଟୈନେବିଲିଟି, ଏନର୍ଜି କନଜେର୍ଭେସନ୍ ଇନ୍ ଫେରୋ ଏଲଏଜ୍ ପ୍ରସେସ ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ଫର୍ ଫେରୋ ଏଲଏଜ୍ ସମ୍ବନ୍ଧୀୟ ଏକ ଦିବସୀୟ କର୍ମଶାଳା ଆୟୋଜନ କରିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରୀତମ୍ ପୁରକାୟସ୍ଥ  ସ୍ବାଗତ ଭାଷଣ ଭିଡିଓ କନ୍ଫରେନ୍ସ ମାଧ୍ୟମରେ  ଭାରତର ଇସ୍ପାତ ଶିଳ୍ପ ଏବଂ ସବୁଜ ଇସ୍ପାତ ଉତ୍ପାଦନ ବିଷୟରେ ମହତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଥିଲେ । ବିପିଏନଏସଆଇ ତରଫରୁ ପ୍ରଫେସର ଶାନ୍ତନୁ ମଣ୍ଡଳ, ଆଇ ଆଇ ଟି  ଭୁବନେଶ୍ୱର, ଫେରୋ ଏଲଏଜ୍  ମେକିଙ୍ଗ, ସସ୍ଟୈନେବିଲିଟି ସମ୍ବନ୍ଧୀୟ ଦୀକ୍ଷାନ୍ତ ତଥ୍ୟ ପ୍ଲାଣ୍ଟର ଇଂଜିନିୟରମାନଙ୍କୁ ଆଦାନ ପ୍ରଦାନ ମାଧ୍ୟମରେ ଉପସ୍ଥାପନ କରିଥିଲେ। ବୈଜ୍ଞାନିକ ସୌରଭ ମଣ୍ଡଳ, ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ କୋଡ୍ ଅଫ୍ ଫେରୋ ଏଲଏଜ୍ ସମ୍ବନ୍ଧୀୟ ସଂଦର୍ଭ ପ୍ରଦାନ କରିଥିଲେ।

କର୍ମଶାଳା ଶେଷରେ ପ୍ଲାଣ୍ଟର ସଭାପତି ସି ନାଗରାଜୁ, ବିପିଏନଏସଆଇର ପ୍ରଫେସ୍ନାଲ ପ୍ରି ପ୍ରୋଗ୍ରାମ୍ କର୍ମଶାଳାକୁ ଭୂୟସୀ ପ୍ରଶଂସା କରିଥିଲେ। କର୍ମଶାଳାରେ ଉପସ୍ତିତ ସମସ୍ତ ଇଂଜିନିୟର ମାନେ କର୍ମଶାଳାର ଗୁରୁତ୍ୱ ଏବଂ ମହତ୍ୱକୁ ପ୍ରଶଂସା କରିଥିଲେ। କର୍ମଶାଳାରେ ବିପିଏନଏସଆଇର ସୁଶ୍ରୀ ଶାଶ୍ୱତୀ ମହାନ୍ତି, ସୁଶ୍ରୀ ଇତିଶ୍ରୀ ରାଉତ ଏବଂ ଭରତ ପ୍ରସାଦ ଶର୍ମା ଉପସ୍ଥିତ ଥିଲେ। ବାଲେଶ୍ୱର ଏଲଏଜ୍ ଲିଃ କାରଖାନାର ମାନବ ସମ୍ବଳ ଅଧିକାରୀ ସୁଶ୍ରୀ ଅଞ୍ଜଳି ଚୌଧୁରୀ ଏବଂ ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ ପ୍ରତିଷ୍ଠାନର ପ୍ରଫେସର ସତ୍ୟପ୍ରିୟ ଶତପଥୀ କର୍ମଶାଳା ସଂଚାଳନ କରିଥିଲେ।