ପରୀକ୍ଷା ହଲରେ ସମସ୍ତେ ଛାତ୍ରୀ ଥିଲେ । ଝିଅଙ୍କ ମେଳରେ ନିଜକୁ ଏକୁଟିଆ ପାଇ ଚେତାଶୂନ୍ୟ ହେଲା ଛାତ୍ର ।

710

କନକ ବ୍ୟୁରୋ: ନାଳନ୍ଦାର ବିହାରସରିଫ ଅଲ୍ଲାମା ଇକବାଲ କଲେଜରେ ଇଣ୍ଟର ପରୀକ୍ଷା ପାଇଁ ସେଣ୍ଟର ହୋଇଥିଲା । ମନୀଷ ନାମକ ଛାତ୍ର ପରୀକ୍ଷା ଦେବାକୁ ପହଞ୍ଚିଥିଲା । ହେଲେ ସେଠାରେ ତାଙ୍କୁ ଛାଡି ଅନ୍ୟ କୌଣସି ଛାତ୍ର ନଥିଲେ । ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକୁଟିଆ ପାଇ ଚେତାଶୂନ୍ୟ ହୋଇପଡିଲେ ଛାତ୍ର । ତୁରନ୍ତ ତାଙ୍କୁ ଅଣାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନା ମୁତାବକ, ଛାତ୍ର ମନୀଷ ଶଙ୍କରର ଇଣ୍ଟର ପରୀକ୍ଷା ସେଣ୍ଟର ବ୍ରିଲିୟନ୍ ସ୍କୁଲରେ ପଡିଥିଲା । ମନୀଷ ପରୀକ୍ଷା ଦେବାକୁ ପହଞ୍ଚିଥିଲା ସତ ହେଲେ ସେଠାରେ ଦ୍ୱିତୀୟ ଛାତ୍ରଙ୍କୁ ଦେଖିବାକୁ ପାଇନଥିଲା । ସେଠାରେ ପାଖାପାଖି ୫୦୦ ଛାତ୍ରୀ ପରୀକ୍ଷା ଦେବାକୁ ଆସିଥିଲେ । ଏତେ ସଂଖ୍ୟକ ଛାତ୍ରୀଙ୍କ ଭିତରେ ନିଜକୁ ଏକା ପାଇ ଦ୍ୱନ୍ଦ୍ୱରେ ପଡିଯାଇଥିଲା । କିଛି ସମୟ ପରେ ସଂଜ୍ଞାହୀନ ହୋଇ ପଡିଯାଇଥିଲା ।