ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ପୁଅ ଗିରଫ ଘଟଣା : ଅମିତଙ୍କ ଜିମରୁ ୧୯ ଲକ୍ଷ ଟଙ୍କା ଜବତ; ବିଭିନ୍ନ ବ୍ରାଣ୍ଡର ବିଦେଶୀ ଦାମୀ ମଦ ଜବତ

307

କନକ ବ୍ୟୁରୋ : ମହଙ୍ଗା ପଡିଲା ସର୍ବସାଧାଣ ସ୍ଥାନରେ ଝଗଡା କରିବା । ବଲାଙ୍ଗୀର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ଅମିତ ସିଂ ଓରଫ ସେଜି ସାଲୁଜା ଗିରଫ । କଂଟାବାଞ୍ଜିର ଏଲ ସିନେମା ହଲ ଭିତରେ ଗଣ୍ଡଗୋଳରେ ବିଧାୟକଙ୍କ ପୁଅର ସମ୍ପୃକ୍ତି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଅମିତ ପୁଲିସ ସହ ଗଣ୍ଡଗୋଳ କରୁଥିବାର କିଛି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ପୋଲିସ ବିଧାୟକଙ୍କ ପୁଅ ସେଜି ସିଂହ ସାଲୁଜାଙ୍କୁ ଗିରଫ କରି ଆଇପିସିର ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରିଛି । ବିଧାୟକଙ୍କ ପୁଅ ସମେତ ୬ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୧୭ ଲିଟର ମଦ ଜବତ କରାଯାଇଛି ।

ଦୁଇ ତିନିଦିନ ଆଗରୁ ଆଲିସାନ ହୋଟେଲରେ ଅମିତ ଓରଫ ସେଜି କୌଣସି କାରଣକୁ ନେଇ ସିନେମା ହଲ ମାଲିକଙ୍କ ସହ ଯୁକ୍ତିତର୍କ ହୋଇଥିଲା । ପରେ ବୁଧବାର ସଂଧ୍ୟାରେ ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ହୋଇଥିବା ଜଣାପଡିଛି । ଏନେଇ ବିଧାୟକ କିମ୍ବା ତାଙ୍କ ପୁଅ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । କିଛିଦିନ ପୂର୍ବରୁ ଜିଲ୍ଲାରେ ଫଣ୍ଡ କାଟିବାକୁ ନେଇ ଜିଲ୍ଲାପାଳ ଓ ବିଧାୟକ ସାଲୁଜାଙ୍କ ଯୁକ୍ତିତର୍କ ସାମ୍ନାକୁ ଆସିଥିଲା । ପରେ ଜିଲ୍ଲାପାଳଙ୍କ ସମର୍ଥନରେ ଜିଲ୍ଲାର ଅନ୍ୟ ପ୍ରଶାସନିକ ଅଧିକାରୀ କଳାବ୍ୟାଚ ପିନ୍ଧି ପ୍ରତିବାଦ କରିଥିଲେ ।