କେଜ୍ରିୱାଲଙ୍କ ସପକ୍ଷରେ ଜନସମର୍ଥନ ଯୋଗାଡ କରିବାକୁ ସୁନିତାଙ୍କ ନୂଆ ଅଭିଯାନ । ‘କେଜ୍ରିୱାଲଙ୍କୁ ଆଶୀର୍ବାଦ’ ଅଭିଯାନ ଆରମ୍ଭ କଲେ ସୁନିତା

133

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ମାହୋଲ ଭିତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲ ଶୁକ୍ରବାର ଦିନ ଏକ ନୂଆ ଅଭିଯାନର ଶୁଭାରମ୍ଭ କରିଛନ୍ତି । ସୁନୀତା କେଜ୍ରିୱାଲ ଏହି ନୂଆ ଅଭିଯାନର ନାମ ରଖିଛନ୍ତି, କେଜ୍ରିୱାଲଙ୍କୁ ଆଶୀର୍ବାଦ । ସୁନୀତା କେଜ୍ରିୱାଲଙ୍କୁ ସ୍ୱାଧୀନତା ସଂଗ୍ରାମୀଙ୍କ ସହିତ ତୁଳନା କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ କେଜ୍ରିୱାଲଙ୍କ ପ୍ରତିଟି ରକ୍ତ ବିନ୍ଦୁରେ ଦେଶପ୍ରେମ ରହିଛି ।

ସୁନୀତା ଏହି ଭିଡିଓ ମାଧ୍ୟମରେ କହିଛନ୍ତି କି, କେଜ୍ରିୱାଲଙ୍କ କାଲି କୋର୍ଟ ସାମ୍ମାରେ ଯାହାବି କହିଛନ୍ତି ସେଥି ପାଇଁ ବହୁତ ଧର୍ଯ୍ୟ ଓ ସାହସ ରହିବା ଆବଶ୍ୟକ ଏବଂ ସେ ହେଉଛନ୍ତି ଜଣେ ପ୍ରକୃତ ଦେଶପ୍ରେମୀ । ଏହିଭଳି ଭାବରେ ଆମର ସ୍ୱାଧୀନତା ସଂଗ୍ରାମୀ ମାନେ ବ୍ରିଟିଶ ମାନଙ୍କ ସହ ଲଢୁଥିଲେ । ମୁଁ କେଜ୍ରିୱାଲଙ୍କ ସହ ଗତ ୩୦ ବର୍ଷ ଧରି ଅଛି । ଅତ୍ୟାଧିକ ଦୁର୍ନୀତିଗ୍ରସ୍ତ ତଥା ଏକଛତ୍ରବାଦୀ ଶକ୍ତିକୁ ଅରବିନ୍ଦ କେଜ୍ରିୱାଲ ଚ୍ୟାଲେଞ୍ଜ କରିଛନ୍ତି । ଅଭିଯାନ ଆରମ୍ଭ କରିବା ସହ ସୁନୀତା କହିଛନ୍ତି ଯେ ”ଏହି ଯୁଦ୍ଧରେ ତୁମେ ତୁମର ଭାଇ, ପୁଅକୁ ସମର୍ଥନ କରିବ ନାହିଁ କି? ମତେ ବିଶ୍ୱାସ ଅଛି ଯେ ଆମେ ଏହି ଲଢେଇକୁ ଏକାଠି ହୋଇ ଲଢିବା ”

ସୁନୀତା କହିଛନ୍ତି, ଆମେ ଆଜିଠାରୁ ଏକ ନୂଆ ଅଭିଯାନ ଆରମ୍ଭ କରୁଛୁ । ଏହାର ନାମ କେଜ୍ରିୱାଲଙ୍କୁ ଆଶୀର୍ବାଦ । ସମସ୍ତେ ଏହି ହ୍ୱାଟ୍ସଆପ୍ ନମ୍ବର ୮୨୯୭୩୨୪୬୨୪ ରେ ଆଶୀର୍ବାଦ ପ୍ରାର୍ଥନା କରି ନିଜର ବାର୍ତ୍ତା କୁ ଅଡିଓ କିମ୍ବା ଭିଡିଓ ମାଧ୍ୟମରେ ଦେଇପାରିବେ । ଅନେକ ମା ଓ ଭଉଣୀ କେଜ୍ରିୱାଲଙ୍କ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଅନେକ ଲୋକ ଉପବାସ ରଖିଛନ୍ତି କାରଣ କେଜ୍ରିୱାଲଙ୍କୁ ଆପଣ ମାନେ ବହୁତ ଭଲ ପାଆନ୍ତି । ପ୍ରତ୍ୟେକ ପରିବାର ସଦସ୍ୟ ଆମକୁ ଗୋଟିଏ ବାର୍ତ୍ତା ପଠାଇବା ଉଚିତ୍ । ମୁଁ ବ୍ୟକ୍ତିଗତ ଭାବେ ଜେଲକୁ ଯିବି ଏବଂ ଆପଣ ମାନଙ୍କର ପ୍ରତ୍ୟେକ ବାର୍ତ୍ତା କେଜ୍ରିୱାଲଙ୍କ ନିକଟରେ ପହଂଚାଇବି । ସୁନୀତା କେଜ୍ରିୱାଲ ଏହା ମଧ୍ୟ କହିଛନ୍ତି ଯେ ଆପଣ ହୁଏତ କୌଣସି ଅନ୍ୟ ପାର୍ଟିର ହୋଇପାରନ୍ତି ଏଥିରେ କିଛି ଫରକ୍ ପଡେ ନାହିଁ, ଆମ୍ ଆଦମୀ ପାର୍ଟିରେ ରହିବା ଆପଣ ମାନଙ୍କ ପାଇଁ ଜରୁରୀ ନୁହେଁ । ଆପଣ ନିଶ୍ଚିତ ଭାବରେ କିଛିନା କିଛି ଲେଖି ଏହି ନମ୍ବରରେ ପଠାନ୍ତୁ ।

ଆପଣ ମାନଙ୍କୁ କହି ରଖୁଛୁ ଯେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ୨୧ ମାର୍ଚ୍ଚରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ଗିରଫ କରାଯାଇଥିଲା । କେଜ୍ରିୱାଲ ବର୍ତ୍ତମାନ ଇଡି ହେପାଜତରେ ଅଛନ୍ତି । ଗୁରୁବାର ଦିନ କୋର୍ଟ କେଜ୍ରିୱାଲଙ୍କୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଛନ୍ତି ।