ଖୁବଶୀଘ୍ର ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି: ଦିନେ ଦୁଇ ଦିନରେ ତାଲିକା ଆସିପାରେ କହିଲେ ପୃଥୀରାଜ ହରିଚନ୍ଦନ

208

କନକ ବ୍ୟୁରୋ: ଖୁବଶୀଘ୍ର ପ୍ରାୟ ୧୦୦ ବିଧାନସଭା ପ୍ରାର୍ଥୀ ଘୋଷଣା କରିବ ବିଜେପି । ଦିନେ ଦୁଇ ଦିନରେ ତାଲିକା ଆସିପାରେ କହିଲେ ବିଜେପି ନେତା ପୃଥୀରାଜ ହରିଚନ୍ଦନ । ଏନେଇ ଆଜି ବସିବ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ସବୁ ସିଟ୍ ଉପରେ ତର୍ଜମା, ସମୀକ୍ଷା ଶେଷ ହୋଇଛି କେବଳ ସିଇସି ମୋହର ବାକି ଅଛି । ସର୍ଭେ ରିପୋର୍ଟ ଓ ଗ୍ରାଉଣ୍ଡ ସ୍ଥିତି ଉପରେ ଆଧାର କରି ପ୍ରାର୍ଥୀ ଘୋଷଣା ହେବ ବୋଲି କହିଲେ ପୃଥୀରାଜ ହରିଚନ୍ଦନ ।

ପୂର୍ବରୁ ଓଡିଶା ପାଇଁ ବିଜେପି କେବଳ ୧୮ ଲୋକସଭା ପ୍ରାର୍ଥୀ ଘୋଷଣା କରିଛି । ସେହିପରି ଗତକାଲି ବିଜେଡି ୭୩ ବିଧାନସଭା ଓ ୧୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଏହାକୁ ଲକ୍ଷ୍ୟ କରି ବିଜେପି ବି ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିପାରେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଘୋଷଣା ଏବେ ଜୋରସୋର ଚାଲିଛି ।