ବିଜେପି ବିଧାୟକଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡ଼ି ବସିଛି ବଜେଡ଼ି : ପ୍ରଥମେ ଗୃହରେ ହଙ୍ଗାମା କରିବା ପରେ ଦଳର ରାଜଭବନ ରାଲି; ରାଜ୍ୟପାଳଙ୍କୁ ଦେଲେ ଦାବିପତ୍ର

79

କନକ ବ୍ୟୁରୋ : ଆଜି ବି ଅଚଳ ବିଧାନସଭା । ୫ ଦିନ ହେଲା ମଣ୍ଡି ପ୍ରସଙ୍ଗକୁ ନେଇ ଗୃହରେ ହଙ୍ଗାମା କରୁଛନ୍ତି ବିରୋଧୀ । ହଟ୍ଟଗୋଳ ଯୋଗୁଁ ଗୃହକୁ ବାରମ୍ବାର ମୁଲତବୀ ଘୋଷଣା କରୁଛନ୍ତି ବାଚସ୍ପତି । ଆଜି ଅପରାହ୍ଣ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ବିରୋଧୀ ମଣ୍ଡି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବି କରୁଛନ୍ତି ବିଜେଡି ବିଧାୟକ ।

ଆଜି ପୁଣି ଗୃହ ମୁଲତବୀ ହେବା ପରେ ରାଜ୍ୟପାଳଙ୍କୁ ଭେଟିଛନ୍ତି ବିଜେଡି ସଦସ୍ୟ । ବିଧାନସଭାରୁ ପଦଯାତ୍ରାରେ ରାଜଭବନ ଅଭିମୁଖେ ଯାଇଥିଲେ ବିଜେଡି ବିଧାୟକ । ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଧାନସଭାରେ ସାନିଟାଇଜର ପିଇ ଆତ୍ମହତ୍ୟା ପାଇଁ ଉଦ୍ୟମ କରି ଗୃହର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛନ୍ତି ।

ତେଣୁ ସେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ରାଜ୍ୟପାଳଙ୍କ ପାଖରେ ଦାବି ରଖିଛନ୍ତି ବିଜେଡି ବିଧାୟକ । ମଣ୍ଡିରେ ଚାଷୀ ଭୋଗୁଥିବା ସମସ୍ୟା ଉପସ୍ଥାପନ କରି ବିଧାନସଭାରେ ସାନିଟାଇଜର ପିଇବାକୁ ଉଦ୍ୟମ କରିଥିଲେ ଦେବଗଡର ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ।