ରାଜ୍ୟରେ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ : ସଙ୍ଗରୋଧରୁ ୪୮, ସ୍ଥାନୀୟ ଅଞ୍ଚଳରୁ ୩୪; ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୪୦୫ରେ ପହଞ୍ଚିଲାଣି

137

କନକ ବ୍ୟୁରୋ : ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୮୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ ସ୍ଥାନୀୟ ସଂକ୍ରମିତ। ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୩ ଲକ୍ଷ ୮ ହଜାର ୪୦୫ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୫ ହଜାର ୭୯୬ ଜଣ ଓ ଏବେ ବି ସକ୍ରିୟ ଅଛନ୍ତି ୬୩୮ ଜଣ ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବା‌ଲେଶ୍ବରରୁ ୬ ଜଣ, ବରଗଡ଼ରୁ ୭ ଜଣ, ବଲାଙ୍ଗୀରରୁ ୪ ଜଣ, କଟକରୁ ୫ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୩ ଜଣ, ଗଞ୍ଜାମରୁ ୩ ଜଣ, ଜଗତ୍‌ସିଂହପୁରରୁ ୨ ଜଣ, ଯାଜପୁରରୁ ୪ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୯ ଜଣ, ମୟୂରଭଞ୍ଜରୁ ୧୧ ଜଣ, ନବରଙ୍ଗପୁରରୁ ୪ ଜଣ, ନୂଆପଡ଼ାରୁ ୨ ଜଣ, ରାୟଗଡ଼ାରୁ ୨ ଜଣ, ସମ୍ବଲପୁରରୁ ୨ ଜଣ, ସୁନ୍ଦରଗଡ଼ରୁ ୭ ଜଣ ଓ ଷ୍ଟେଟ୍‌ ପୁଲ୍‌ରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।