ଦେଶର କରୋନା ମିଟର : ସଂକ୍ରମଣକୁ ଦୃଷ୍ଟିରେ ରଖି ନିଆଯାଉଛି ସତର୍କତାମୂଳକ ପଦକ୍ଷେପ; କେଉଁଠି ହେଉଛି ଲକଡାଉନ୍ , ଆଉ କେଉଁଠି ନାଇଟ୍ କର୍ଫ୍ୟୁ

170

କନକ ବ୍ୟୁରୋ : ଅଚାନକ ଦେଶରେ ବଢିଚାଲିଛି କରୋନାର ସଂକ୍ରମଣ । ଗତ ୨୪ ଘଂଟା ମଧ୍ୟରେ ୨୮ ହଜାର ୯୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୧୮୮ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୩୮ ହଜାର ୭୩୪ରେ ପହଂଚିଛି । ସେହିପରି ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୪୪ ହୋଇଛି । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୪୦୬ ରହିଛି ।

ଏହାରି ଭିତରେ ୬ଟି ରାଜ୍ୟର ଯୋଗଦାନ ଅଧିକ ରହିଛି । ଗତ ୨୪ ଘଂଟାରେ କେବଳ ମହାରାଷ୍ଟ୍ରରେ ୧୭ ହଜାର ୮୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଏଠାରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇସାରିଥିବା ନେଇ ଆଶଙ୍କା କରୁଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହି ପରିପ୍ରେକ୍ଷୀରେ କରୋନା ସତର୍କତାକୁ ଅଧିକ କଡାକଡି କରିବା ପାଇଁ କୁହାଯାଇଛି ।

ଚିନ୍ତା ବଢାଉଛି ୬ଟି ରାଜ୍ୟ –

ମହାରାଷ୍ଟ୍ର- ୧୭ ହଜାର ୮୬୪
କେରଳ- ୧ ହଜାର ୯୭୦
ପଞ୍ଜାବ- ୧ ହଜାର ୪୭୫
କର୍ଣ୍ଣାଟକ- ୧ ହଜାର ୧୩୫
ଗୁଜରାଟ୍- ୯୫୪
ତାମିଲନାଡୁ- ୮୬୭

ମହାରାଷ୍ଟ୍ର ସ୍ଥିତି ଉଦବେଗଜନକ –

– ନାଗପୁରରେ ମାର୍ଚ୍ଚ ୧୫ରୁ ୩୧ ସଂପୂର୍ଣ୍ଣ ଲକଡାଉନ୍
– ନାସିକରେ ରାତି ୭ରୁ ସକାଳ ୭ ଯାଏଁ ଦୋକାନ ବନ୍ଦ
– ନାନ୍ଦେଡରେ ରାତି ୭ରୁ ସକାଳ ୭ ଦୋକାନ ବଜାର ବନ୍ଦ
– ପୁନେରେ ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ
– ଓସମାନାବାଦରେ ରାତି ୯ରୁ ସକାଳ ୫ ଯାଏଁ କର୍ଫ୍ୟୁ
– ଔରଙ୍ଗାବାଦରେ ସପ୍ତାହର ଶେଷଦିନ ଲକଡାଉନ୍
– ପାରଭାନୀରେ ୨ ଦିନିଆ ନାଇଟ କର୍ଫ୍ୟୁ ଜାରି

ଗୁଜରାଟରେ ସତର୍କତା –

– ଗୁଜରାଟରେ ସଂକ୍ରମଣକୁ ଦେଖି ବଢିଲା ନାଇଟ କର୍ଫ୍ୟୁ ଅବଧି
– ୪ଟି ହଟସ୍ପଟ ସହରରେ ନାଇଟ କର୍ଫ୍ୟୁ ଅବଧି ୨ ଘଂଟା ବୃଦ୍ଧି
– ରାତି ୧୨ ପରିବର୍ତ୍ତେ ରାତି ୧୦ରୁ ସକାଳ ୬ ଯାଏଁ କର୍ଫ୍ୟୁ
– ଅହମ୍ମଦାବାଦ, ସୁରଟ୍, ଭଦୋଦରା ଓ ରାଜକୋଟରେ କର୍ଫ୍ୟୁ
– ମାର୍ଚ୍ଚ ୧୭ରୁ ୩୧ ଯାଏଁ କଡାକଡି ହୋଇଛି ନାଇଟ୍ କର୍ଫ୍ୟୁ

ମଧ୍ୟପ୍ରଦେଶରେ ସତର୍କତା – 

– ଆଜିଠାରୁ ଭୋପାଳ ଓ ଇନ୍ଦୋରରେ ନାଇଟ୍ କର୍ଫ୍ୟୁ
– ଅର୍ଥାତ ସମସ୍ତ ଚଳପ୍ରଚଳ ଉପରେ ଶକ୍ତ କଟକଣା
– ଅନ୍ୟ ୮ଟି ସହରରେ ରାତି ୧୦ ପରେ ଦୋକାନ ବନ୍ଦ
– ଜବଲପୁର, ଗ୍ୱାଲିୟର, ଉଜ୍ଜୈନରେ ରାତିରେ ଦୋକାନ ବନ୍ଦ
– ରତଲାମ୍, ଛଣ୍ଡୱାଡା, ବୁରହାନପୁର, ବେତୁଲରେ କଟକଣା
– ଖାରଗାଓଁରେ ମଧ୍ୟ ରାତି ୧୦ ପରେ ବନ୍ଦ ରହିବ ଦୋକାନ
– ହୋଲିରେ ଜନସମାବେଶ ଉପରେ ରହିବ କଟକଣା
– ବ୍ୟକ୍ତିଗତ ଭାବେ ପାଳନ କରିପାରିବେ ହୋଲି ଉତ୍ସବ