ଖରସ୍ରୋତା ପାଣି ଭଦ୍ରକ ଚାନ୍ଦବାଲିକୁ ଦିଆଯିବ କି ନାହିଁ । ପ୍ରକଳ୍ପ ସପକ୍ଷରେ ଯୁକ୍ତି ରଖିଲେ ସ୍ଥାନୀୟ ବିଧାୟକ ପ୍ରତାପ ଦେବ । ସେପଟେ ଲଙ୍କାକାଣ୍ଡ ପରେ ୨୪ ଆନ୍ଦୋଳନକାରୀ ଗିରଫ ।

234

କନକ ବ୍ୟୁରୋ: ଖରସ୍ରୋତାରୁ ପାଣି ନଦେବା ପାଇଁ ଗୁରୁବାର ଖରସ୍ରୋତା ସଂଗ୍ରାମ ସମିତି ସଦସ୍ୟମାନେ ଲଙ୍କାକାଣ୍ଡ ଘଟାଇବା ପରେ ଏବେ ଆକ୍ସନ ମୁଡକୁ ଆସିଛି ପୋଲିସ । ଆନ୍ଦୋଳନ କରିବା ଅଭିଯୋଗରେ ୨୪ ଜଣଙ୍କୁ ପୋଲିସ ଉଠାଇନେଇଛି । ତା ସହିତ ଘଟଣାସ୍ଥଳରେ ଅଧିକ ପୋଲିସ ଫୋର୍ସ ମୂତୟନ କରାଯାଇଛି । ତେବେ ପୋଲିସ ଘରେ ପଶି ଆନ୍ଦୋଳନକାରୀଙ୍କୁ ଉଠାଇ ନେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ମହିଳାମାନେ ଗାଡି ଆଗରେ ଶୋଇ ପ୍ରତିବାଦ କରିବା ସହ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ।

ଅନ୍ୟପଟେ ଏନେଇ ଆଜି ମୁହଁ ଖୋଲିଛନ୍ତି ସ୍ଥାନୀୟ ବିଧାୟକ ପ୍ରତାପ ଦେବ । ଆନ୍ଦୋଳନ କରୁଥିବା ଖରସ୍ରୋତା ସଂଗ୍ରାମ ସମିତିର ସଦସ୍ୟଙ୍କୁ ସେ ପ୍ରଶ୍ନ କରିଛନ୍ତି । ତେବେ ଆଗରୁ ସେମାନେ କଣ କରୁଥିଲେ ବୋଲି ପ୍ରତାପ ଦେବ ପ୍ରଶ୍ନ ପଚାରିଛନ୍ତିି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ରାଜକନିକା ବ୍ଲକ ଭାରିଗଦାଠାରେ ପ୍ରସ୍ତାବିତ ପାନୀୟ ଜଳ ପ୍ରକଳ୍ପକୁ ବିରୋଧ କରି ଆସୁଛନ୍ତି ସ୍ଥାନୀୟ ଲୋକ । ପାଣି ଦେଲେ ଖରସ୍ରୋତାର ପାଣି କମିବା ସହ ଲୁଣା ମାଡିଯିବ ବୋଲି ସେମାନେ ଅଭିଯୋଗ କରି ଆସୁଛନ୍ତି ।