ବିହାର ମହାମେଟଂର ଟିକେଟ କସରତ । ଶୁକ୍ରବାର ଆସନ ଭାଗବଂଟା ଘୋଷଣା ହେବା ସମ୍ଭାବନା

128

କନକ ବ୍ୟୁରୋ : ବିହାରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ । ଏପର୍ଯ୍ୟନ୍ତ କିନ୍ତୁ ବିହାରରେ ମହାମେ’ଟ ପକ୍ଷରୁ ପ୍ରାର୍ଥୀଙ୍କ ନାମ ଓ ଆସନ ବୁଝାମଣା ଘୋଷଣା କରାଯାଇନାହିଁ । ଗୁରୁବାର ଆରଜେଡି ଓ କଂଗ୍ରେସ ମଧ୍ୟରେ ବୈଠକ ଚାଲିଥିଲା । ଏହି ବୈଠକରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ୯ଟି ଆସନ ପାଇଁ ସହମତି ପ୍ରକାଶ ପାଇଛି । ଶୁକ୍ରବାର ପାଟନାରେ ଆସନ ଭାଗବଂଟା ଘୋଷଣା ହେବ । ଆସନ୍ତାକାଲି ଅପରାହ୍ନ ୧୨ଟା ୧୫ରେ ପାଟନାରେ ମହାମେଂଟର ଆସନ ଘୋଷଣା ହେବ । ଆସନ ଘୋଷଣା ସମୟରେ ତେଜସ୍ୱୀଙ୍କ ସମେତ ମେଂଟର ଅନେକ ନେତା ଉପସ୍ଥିତ ରହିବେ । ଏହି ସାମ୍ବାଦିକ ସମ୍ମିଳନୀରେ କେଉଁ ଦଳ କେଉଁ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ତାହା ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ । ମିଳିଥିବା ସୂଚନା ଅନୁଯାୟୀ, ବୈଠକରେ ଆରଜେଡି କଂଗ୍ରେସକୁ ୯ଟି ଆସନ ପ୍ରଦାନ କରିବ ବୋଲି ଜଣାପଡିଛି । ସେହିପରି ନିଜ ପାଖରେ ୧୨ଟି ଆସନ ଏବଂ ସିପିଆଇ’ଏମଏଲ’ ୪ଟି ଆସନ ପାଇବ ବୋଲି ସମ୍ଭାବନା ରହିଛି । ଯାହା ଆସନ୍ତାକାଲି ଘୋଷଣା ହୋଇପାରେ ।