ବରିଷ୍ଠ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ୮୮ ବର୍ଷ ବୟସରେ ପରଲୋକ , ୧୦୦ ରୁ ଅଧିକ ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ଟାଇଟଲ ହାସଲ କରିବାରେ ସେ ଥିଲେ ପ୍ରଥମ ଭାରତୀୟ

71

କନକ ବ୍ୟୁରୋ : ପୂର୍ବତନ ଅର୍ନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଛି । ସେ ୧୯୫୬ ମସିହାରେ ଅର୍ନ୍ତରାଷ୍ଟ୍ରୀୟ ଟାଇଟଲ ଜିତିବାରେ ପ୍ରଥମ ଭାରତୀୟ ଖେଳାଳି । ସେ ତାଙ୍କ କ୍ରୀଡା କ୍ୟାରିଅରରେ ୧୦୦ ରୁ ଅଧିକ ରାଷ୍ଟ୍ରୀୟ ଓ ଅର୍ନ୍ତରାଷ୍ଟ୍ରୀୟ ଟାଇଟଲ ହାସଲ କରିଥିଲେ । ସେ କିଛିଦିନ ହେବ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ପରିବାରରେ ତାଙ୍କ ପୁଅ ଗୌରବ ଓ ଦୁଇଜଣ ଝିଅ ଅଛନ୍ତି ।

ଗୌରବ କହିଛନ୍ତି କି, ନନ୍ଦୁ ନାଟେକରଙ୍କ ମୃତ୍ୟୁ ନିଜ ଘରେ ହୋଇଛି । ସେ ତିନିମାସ ହେବ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ସମୟରେ ସେ ବେସ୍ ଜଣାଶୁଣା ବ୍ୟାଡମିଣ୍ଟନ ଖେଳାଳି ଭାବେ ପରିଚିତ ଥିଲେ । ସେ ବିଶ୍ୱର ୩ ନମ୍ବର ଖେଳାଳିର ମାନ୍ୟତା ବି ପାଇଥିଲେ । ମହାରାଷ୍ଟ୍ରର ସାଙ୍ଗଲୀ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ନାଟେକରଙ୍କୁ ୧୯୬୧ ମସିହାରେ ପ୍ରତିଷ୍ଠିତ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

କହିରଖୁ କି, ନନ୍ଦୁ ନାଟେକର ତାଙ୍କର ୧୫ ବର୍ଷର କ୍ୟାରିଅର ମଧ୍ୟରେ ୧୯୫୪ ମସିହାରେ ପ୍ରତିଷ୍ଠିତ ଅଲ ଇଂଲଣ୍ଡ ଚମ୍ପିୟନସିପରେ କ୍ୱାଟର ଫାଇନାଲରେ ନିଜର ସ୍ଥାନ ପକ୍କା କରିଥିଲେ । ଏହାପରେ ୧୯୫୬ ରେ ସେଲାଙ୍ଗର ଅର୍ନ୍ତରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଭାରତର ପ୍ରଥମ ଖେଳାଳୀ ଭାବେ ଟାଇଟଲ ହାସଲ କରିଥିଲେ । ସେ ୧୯୫୧ ରୁ ୧୯୬୩ ମଧ୍ୟରେ ଥୋମାସ୍ କପରେ ଭାରତୀୟ ଟିମର କ୍ୟାପଟେନ୍ ଥିଲେ । ଏଥିରେ ୧୬ ଟି ମ୍ୟାଚରୁ ୧୨ ଟି ବ୍ୟକ୍ତିଗତ ମ୍ୟାଚ୍ ଜିତିବା ସହ ଅନ୍ୟ ୧୬ ଟି ମ୍ୟାଚରୁ ୮ ଟି ଯୁଗଳ ମୁକାବିଲାରେ ବିଜୟଲାଭ କରିଥିଲେ । ସେ ୧୯୬୫ ରେ ଜମକୋ ଠାରେ ଅନୁଷ୍ଠିତ ହୋଇଥିବା ରାଷ୍ଟ୍ରମଣ୍ଡଳ ଖେଳରେ ଭାରତର ପ୍ରତିନିଧିତ୍ତ୍ୱ କରିଥିଲେ ।

ତାଙ୍କ ମୃତ୍ୟୁପରେ କ୍ରିଡା ଜଗତରେ ଶୋକର ଛାୟା ଖେଳି ଯାଇଛି । ଅନ୍ୟପଟେ କୋଭିଡ କଟକଣାକୁ ନଜରରେ ରଖି ତାଙ୍କ ମୃତ୍ୟୁରେ ଶୋକସଭା ପାଳନ କରାଯିବ ନାହିଁ ବୋଲି କୁହାଯାଇଛି ।