ମଙ୍ଗଳା ମୁହାଣରେ ମରିପଡ଼ିଛନ୍ତି କୁଢ କୁଢ ମାଛ : ବିଶେଷଜ୍ଞ କହିଲେ ମଧୁର ଜଳରେ ଖାପ ଖୁଆଇ ପାରୁନଥିବାରୁ ହେଉଛି ମୃତ୍ୟୁ

212

କନକ ବ୍ୟୁରୋ : ପୁରୀ ମଙ୍ଗଳା ନଦ୍ଥକ୍ଷହ ମରି ପଡ଼ିଛନ୍ତି ହଜାର ହଜାର ସଂଖ୍ୟାରେ ମାଛ । ନଦୀର ଉଭୟ ପାଶ୍ୱର୍ରେ ମେଂଜିଆ, କଉ, ଖଇଙ୍ଗା ଭଳି ଅନେକ ପ୍ରଜାତିର ମାଛ ମରି ପଡ଼ିଛନ୍ତି । ପୁରୀ ସହରର ବର୍ଜ୍ୟ ଜଳ ସିଧାସଳଖ ମଙ୍ଗଳା ନଦୀରେ ମିଶୁଛି । ଫଳରେ ନଦୀର ଜଳ ବ୍ୟାପକ ମାତ୍ରାରେ ପ୍ରଦ୍ୟୁଷିତ ହେବା ଦ୍ୱାରା ବ୍ୟବହାର ଅନୁପଯୋଗୀ ହୋଇଛି । ଜଳ ପ୍ରଦ୍ୟୁଷିତ ହୋଇ ମାଛ ମରୁଥିବାରୁ ମତ୍ସ୍ୟଜୀବୀଙ୍କ ଜୀବନଜୀବିକା ବିପନ୍ନ ହୋଇପଡ଼ିଛି ।

ମତ୍ସ୍ୟଜୀବୀମାନେ ପ୍ରତିଦିନ ନଦୀରୁ ମାଛ ଧରି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି । ମଙ୍ଗଳା ମୁହାଣରେ ମାଛ ମଡକକୁ ତିନି ଦିନ ବିତିଯାଇଥିଲେ ମଧ୍ୟ ଏନେଇ ମତ୍ସ୍ୟବିଭାଗ ପାଖରେ ଖବର ନାହିଁ । ନଦୀ ପ୍ରଦ୍ୟୁଷଣକୁ ରୋକିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ତେବେ ବିଶେଷଜ୍ଞଙ୍କ କହିବା କଥା, ସମୁଦ୍ରରେ ଉଚ୍ଚ ଜୁଆର ପାଇଁ ମୁହାଣ ଦେଇ ମାଛ ଚାଲିଆସୁଛନ୍ତି, ହେଲେ ମଧୁର ଜଳରେ ଖାପ ଖୁଆଇ ପାରୁନଥିବାରୁ ମାଛଙ୍କ ମୃତ୍ୟୁ ହେଉଛି ସେମାନେ କହିଛନ୍ତି ।