କନକ ନ୍ୟୁଜ୍ ଓଡ଼ିଶା ନିର୍ମାଣ କନକ୍ଲେଭରେ ବାବା ରାମଦେବଙ୍କ ବଡ଼ ପ୍ରତିଶ୍ରୁତି: କହିଲେ ବିନା ସ୍ୱାର୍ଥରେ ଓଡ଼ିଶା ପାଇଁ କାମ କରିବାକୁ ପ୍ରସ୍ତୁତ

162

କନକ ବ୍ୟୁରୋ: ଓଡିଶା ନିର୍ମାଣ କନକ୍ଲେଭରେ ୟୋଗଗୁରୁ ବାବା ରାମଦେବ । ଫିଟ ରହିବାକୁ ଦେଲେ ମନ୍ତ୍ର । ଓଡିଶାର ପ୍ରାକୃତିକ ସମ୍ପଦର ବ୍ରାଣ୍ଡ ଆମ୍ବାସଡର ହେବାକୁ ରାଜି ଥିବା କହିଲେ ବାବା ରାମଦେବ ।

ଆଧୁନିକ ଓଡିଶାର ମାନସ ମନ୍ଥନ ବେଳେ ଯୋଗର ମନ୍ତ୍ର ଦେଲେ ଯୋଗ ଗୁରୁ ବାବା ରାମଦେବ । ଅବସର ଥିଲା, କନକ ନ୍ୟୁଜର ଓଡ଼ିଶା ନିର୍ମାଣ କନକ୍ଲେଭ ୨୦୨୧ । ବାବା ରାମଦେବ କହିଲେ ସ୍ୱାସ୍ଥ୍ୟରୁ ଆରମ୍ଭ ହେବ ଆତ୍ମନିର୍ଭର ଭାରତର ଯାତ୍ରା । ଯୋଗରୁ ହେବ ଆତ୍ମନିର୍ମାଣ । ସକରାତ୍ମକ ଶୈଳୀରେ ଓଡିଶା ନିର୍ମାଣ ହେବ । ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ରର ବି ହେବ ନିର୍ମାଣ । ସକ୍ଷମ ବ୍ୟକ୍ତି କରିପାରିବେ ନିର୍ମାଣ । ସେଥିପାଇଁ ମାନସିକ ଓ ଶାରୀରିକ ସ୍ତରରେ ଫିଟ ରହିବାକୁ ମନ୍ତ୍ର ଦେଲେ ବାବା ରାମଦେବ ।

ପ୍ରାକୃତିକ ସମ୍ପଦରେ ପରିପୂର୍ଣ ରହିଛି ଓଡିଶା । କୋରାପୁଟର କଫି ଓ କନ୍ଧମାଳର ହଳଦୀର ସ୍ୱତନ୍ତ୍ର ପରିଚୟ ରହିଛି । ଓଡିଶାର ନିଜସ୍ୱ ପଦାର୍ଥର ପ୍ରଚାର ପାଇଁ ରାଜ୍ୟ ସରକାର ବି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଲେ ବାବା ରାମଦେବ । ପ୍ରାକୃତିକ ଉତ୍ପାଦର ପ୍ରଚାର ପାଇଁ ସେ ବ୍ରାଣ୍ଡ ଆମ୍ବାସଡର ହେବାକୁ ରାଜି ଅଛନ୍ତି । ରାଜ୍ୟ ଓ ଦେଶର ସ୍ୱାର୍ଥ ତାଙ୍କ ପାଇଁ ପ୍ରାଥମିକତା ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ ।

ଓଡିଶା ନିର୍ମାଣ କନକ୍ଲେଭରେ ବାବା ରାମଦେବଙ୍କର ଯୋଗ ଓ ପ୍ରାଣାୟମର ଝଲକ ଦେଖିବାକୁ ମିଳିଥିଲା । କପାଳ ଭାତି , ଅନୁଲମ ବିଲମ , ଭସତ୍ରିକା ଭଳି ଅନେକ ପ୍ରାଣାୟମ କରି ସଭିଙ୍କୁ ଆକୃଷ୍ଟ କରିଥିଲେ ବାବାରାମଦେବ । ଏହି ଅବସରରେ ରାମଦେବ କହିଛନ୍ତି, ଓଡ଼ିଶା ନିର୍ମାଣର ବାହକ ସାଜିବ ସମ୍ବାଦ ଓ କନକ ନ୍ୟୁଜ୍ ।