ନାବାଳିକା ଦୁଷ୍କର୍ମ ମାମଲାରେ କୋର୍ଟଙ୍କ ଐତିହାସିକ ରାୟ, ଗୋଟିଏ ଦିନରେ ଦୋଷୀକୁ ଶୁଣାଇଲେ ଦଣ୍ଡ

187

କନକ ବ୍ୟୁରୋ : ଭାରତୀୟ ଆଇନ ବ୍ୟବସ୍ଥାରେ ନ୍ୟାୟ ପାଇବାକୁ ହେଲେ ଅଭିଯୋଗକାରୀଙ୍କୁ ଅପେକ୍ଷା କରିବାକୁ ପଡିଥାଏ । କିଛି କିଛି ମାମଲା ଏମିତି ଅଛି ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ମୃତ୍ୟୁ ପରେ ମାମଲାର ଶୁଣାଣି ହୋଇଛି ବା ରାୟ ପ୍ରକାଶ ପାଇଛି । ହେଲେ ବିହାରର ନାଳନ୍ଦା କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାରେ ୨୪ ଘଂଟା ମଧ୍ୟରେ ରାୟ ପ୍ରକାଶ କରି ଅଦାଲତ ଇତିହାସରେ ପୁଣି ଏକ ଫର୍ଦ୍ଦ ଯୋଡିଛନ୍ତି ।

ସୂଚନା ମୁତାବକ ବିହାରର ନାଳନ୍ଦା ଜିଲ୍ଲାର ବିହାରସରିଫ ଠାରେ ଥିବା ଏକ ନ୍ୟାୟାଳର ବିଚାରପତି ମାନବେନ୍ଦ୍ର ମିଶ୍ର ଜଣେ ୪ ବର୍ଷର ନାବାଳିକା ସହ ଅପ୍ରାକୃତିକ ଦୁର୍ଷ୍କମ ମାମଲାରେ ମାତ୍ର ଗୋଟିଏ ଦିନରେ ଶୁଣାଣି କରି ରାୟ ପ୍ରକାଶ କରିଛନ୍ତି । ବିଚାରପତି ମାନବେନ୍ଦ୍ର ମିଶ୍ର ଓ ପରିଷଦର ସଦସ୍ୟ ଓଷା କୁମାରୀ ଏହି ମାମଲାକୁ ଏକ ପାଶବିକ ପ୍ରବୃତି ଭାବେ ଗ୍ରହଣ କରି ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କିରବା ସହ କହିଛନ୍ତି କି ଏହା ସମାଜକୁ ଜାଗୃତ କରିବାରେ ସହାୟକ ହେବ । ଦୋଷୀ ଜଣଙ୍କ ୧୪ ବର୍ଷ ବୟସର ହୋଇଥିଲେ ବି ସେ ସୁନିୟୋଜିତ ଭାବେ ଅପରାଧ କରୁଥିଲେ । ସେ ନାବାଳିକା ସହ ଅପ୍ରାକୃତିକ ଉପାୟରେ ଦୁଷ୍କର୍ମ କରୁଥିଲା ଓ ନାବାଳିକାର ମା ଆସିବା ପରେ ସେ ସେଠାରୁ ଫେରାର ହୋଇଯାଉଥିଲା । ଏଥିରୁ ଅନୁମାନ କରାଯାଇଥିଲା କି ଅପରାଧୀ ଜଣଙ୍କର ବୟସ କମ ହୋଇଥିଲେ ବି ତା ମନ ଭିତରେ ଅପରାଧୀକ ପ୍ରବୃତ୍ତି ଜାଗ୍ରତ ହୋଇସାରିଛି । ତେଣୁ କିଶୋର ଅପରାଧୀକୁ ଅପରାଧର ଅଧିକତମ ସଜା ଧାରା ୩୭୭ ରେ ୩ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଶନିବାର ଦିନ କିଶୋର ନ୍ୟାୟ ପରିଷଦର ବିଚାରପତି ମାନବେନ୍ଦ୍ର ମିଶ୍ର ମାମଲାର ଶୁଣାଣି କରି ଗୋଟିଏ ଦିନରେ ୫ ଜଣ ସାକ୍ଷୀଙ୍କର ବୟାନ ରେକର୍ଡ କରିଥିଲେ । ଏହାସହ ୧୦ ଜଣ ପ୍ରତ୍ୟେକ୍ଷଦର୍ଶୀଙ୍କର କଥା ଶୁଣିବା ପରେ ଏହି ମାମଲା ସହିତ ଜଡିତ ସମସ୍ତ ପ୍ରକ୍ରିୟା ଶେଷ କରି ନିଜର ରାୟ ଶୁଣାଇଥିଲେ । ସାକ୍ଷୀମାନେ କହିଥିଲେ କି ଅପରାଧୀ ଜଣଙ୍କ ନାବାଳିକା ଖଟା ଓ ଚକୋଲେଟର ଲୋଭ ଦେଖାଇ ତା ସହ ଅପ୍ରାକୃତକ ଭାବେ ଦୁଷ୍କର୍ମ କରୁଥିଲା ।