ଅନାଇଛି ପୋଲିସ, ମୂଲ୍ୟବାନ ମୂର୍ତ୍ତି ନେଇ ଚମ୍ପଟ ମାରିଲା ଚୋର । ପିପିଲି ନୂଆ ଶାସନ ଗାଁରୁ ଆସିଲା ମୂର୍ତ୍ତି ଚୋରି ଅଭିଯୋଗ

ପୋଲିସ ଉପସ୍ଥିତିରେ କେମିତି ହେଲା ଚୋରିି ଉଠିଲା ପ୍ରଶ୍ନ

120

କନକ ବ୍ୟୁରୋ : ଦୁର୍ବୃତ୍ତ ଲୁଟିନେଲେ ମୂର୍ତ୍ତି, ଜଳକା ହୋଇଗଲା ପୁଲିସ । ପୁଲିସ ଉପସ୍ଥିତି ସତ୍ତ୍ୱେ ପ୍ରାଚୀନ ମନ୍ଦିରରୁ ଚୋରି ହୋଇଗଲା ମୂଲ୍ୟବାନ ମୂର୍ତ୍ତି । ଘଟଣା ଘଟିଛି ପିପିଲି ବ୍ଲକ ନୂଆଶାସନ ଗାଁର ଲକ୍ଷୀନୃସିଂହ ମନ୍ଦିରରେ । ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ କରାଯାଇଥିଲା । ଏଠାରେ ବହୁତ ମୂଲ୍ୟବାନ ମୂର୍ତ୍ତି ରହିଥିଲା । ମନ୍ଦିରକୁ ଦୁଇ ପୁଲିସ କର୍ମଚାରୀ ବି ଜଗିଥିଲେ । ତା ସତ୍ତ୍ୱେ ପୁଲିସକୁ ଚକମା ଦେଇ ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ୍ତ ।

ମନ୍ଦିରରୁ ୧୫ ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବଙ୍କ ସମେତ ୧୫ଟି ମୂର୍ତ୍ତି ସହିତ ଠାକୁରଙ୍କ ମୁକୁଟ ଖଡୁ ଓ ଦାନବାକ୍ସରୁ ଚୋରି ହୋଇଛି । ଗତକାଲି ରାତିରେ ମନ୍ଦିରର ନୀତିକାନ୍ତ ସାରି ପୂଜକ ରାତି ୧୦ଟାରେ ପହଡ ପକାଇଥିଲେ । ଆଜି ସକାଳେ ପୂଜକ ଦେଖିଲାବେଳେକୁ ମନ୍ଦିରର କବାଟ ଭଙ୍ଗାଯିବା ସହ ମନ୍ଦିର ଖୋଲା ପଡିଥିଲା । ସିଂହାସନରେ ନୃସିଂହଙ୍କ ମୂର୍ତି ଛଡା ଆଉ କିଛି ନଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରଶ୍ନ ଉଠୁଛି, ପୁଲିସ ଉପସ୍ଥିତି ସତ୍ୱେ ମୂର୍ତ୍ତି ଚୋରି ହେଲା କିଭଳି ।