ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା । ଆସିଲା ସୁପ୍ରିମକୋର୍ଟଙ୍କ ବଡ ରାୟ

296

କନକ ବ୍ୟୁରୋ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବାକୁ ହୋଇଥିବା ଆବେଦନକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ । ୨ଟି ସ୍ୱତନ୍ତ୍ର ଲିଭ୍ ପିଟିସନକୁ ରଦ୍ଦ କରିଛନ୍ତି କୋର୍ଟ । ଲକ୍ଷ ଲକ୍ଷ ଭକ୍ତଙ୍କ ସ୍ୱାର୍ଥକୁ ଦୃ୍ଷ୍ଟିରେ ରଖି ଏହି ଆବେଦନ ସବୁକୁ ରଦ୍ଦ କଲେ କୋର୍ଟ । ରାଜ୍ୟ ସରକାରଙ୍କ ଯୁକ୍ତିକୁ ଯଥାର୍ଥ ବୋଲି ଦର୍ଶଇଛନ୍ତି କୋର୍ଟ । ଭକ୍ତଙ୍କ ପାଇଁ ହେଉଥିବା ଉନ୍ନୟନମୂଳକ କାମକୁ ଉଦ୍ଦେଶ୍ୟମୂଳକ ଭାବେ ରୋକାଯାଉଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆବେଦନକାରୀ ନିଜସ୍ୱ ପ୍ରଚାର ପାଇଁ କୋର୍ଟରେ ଏପରି ଜନସ୍ୱାର୍ଥ ମାମଲା ଦାଏର କରିଛନ୍ତି । ତେଣୁ ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ବୋକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ପରିକ୍ରମା ପ୍ରକଳ୍ପ ନେଇ ଶ୍ରମନ୍ଦିର ପାଶ୍ୱର୍ତ୍ତୀ ଇଲାକାରେ ବେଆଇନ ଖନନ ଚାଲିଥିବା ନେଇ ଅଭିଯୋଗ କରାଯାଇ କୋର୍ଟରେ ଆବେଦନପତ୍ର ଦାଖଲ କରାଯାଇଥିଲା । ଗତକାଲି ଏହି ମାମଲାରେ ସବୁ ପକ୍ଷଙ୍କୁ ଶୁଣିବା ପରେ ରାୟ ସଂରକ୍ଷିତ ରଖାଯାଇଥିଲା ।

କହିରଖୁଁ, ଓଡିଶା ସରକାରଙ୍କ ନିର୍ମାଣ ବିରୋଧରେ ଏସଏଲପି (ସ୍ୱତନ୍ତ୍ର ଲିଭ୍ ପିଟସ୍ନ୍) ଦାଲଏର କରିଥିଲେ ୨ଜଣ ବ୍ୟକ୍ତି । ହେଲେ ରହିତାଦେଦଶ ନଲଗାଇବାକୁ ପୂର୍ବରୁ କ୍ୟାଭିଏଟ୍ କରିଥିଲେ ରାଜ୍ୟ ସରକାର । ଭକ୍ତଙ୍କ ସୁବିଧା ପାଇଁ ଶୌଚାଳୟ, ୱେଟିଙ୍ଗ ରୁମ୍ କାମ କରାଯାଉଥିବା ଯୁକ୍ତି ଦର୍ଶାଇଥିଲେ ରାଜ୍ୟ ସରକାର ।