ମଧୁବାବୁ ପେନସନ ଯୋଜନାରେ କେତେ ଜଣ ହୋଇଛନ୍ତି ଉପକୃତ? ସମୀକ୍ଷା ପରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା ।

177

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ମଧୁବାବୁ ପେନସନ ଯୋଜନାରେ ୧୪ ହଜାର ୭୧୯ ଜଣ ଅସହାୟ ଓ ସ୍ୱାମୀ ପରିତ୍ୟକ୍ତା ମହିଳା,୧୪୬୮ କିନ୍ନର, କୋଭିଡ ଆକ୍ରାନ୍ତ ପରିବାରର ୪୩ ଜଣ ଅନାଥ ଶିଶୁ ଓ ୬୯୬ ବିଧବା ହୋଇଛନ୍ତି ଉପକୃତ । ବରିଷ୍ଠ ନାଗରିକଙ୍କ ନିମନ୍ତେ ୭ଟି ବାର୍ଦ୍ଧକ୍ୟ ଜନିତ ଭିନ୍ନକ୍ଷମ କେନ୍ଦ୍ର ଓ ୮୩ ଟି ବୃଦ୍ଧାଶ୍ରମ କାର୍ଯ୍ୟ କରୁଛି ।

୨୦୨୨ରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା କୃତିମ ଅଙ୍ଗପ୍ରତ୍ୟଙ୍ଗ ଓ ଶ୍ରବଣ ସହାୟତାରେ ୨୯୭୪ ହିତାଧିକାରୀଙ୍କୁ କୃତିମ ଅଙ୍ଗ ପ୍ରତ୍ୟଙ୍ଗ ପ୍ରଦାନ କରାଯାଇଥିବା ବେଳେ ୬୮୫ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶ୍ରବଣ ଯନ୍ତ୍ର ଯୋଗାଇ ଦିଆଯାଇଛି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ଥଇଥାନ ପାଇଁ ୧୦ ଜିଲ୍ଲାରେ ସମ୍ୱନିତ୍ୱ ଭିତ୍ତିଭୂମି କେନ୍ଦ୍ର ପ୍ରତିଷ୍ଠା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଗତ ୪ ବର୍ଷରେ ମଧୁବାବୁ ପେନସନ ଯୋଜନା ହିତାଧିକାରୀ ଙ୍କ ସଂଖ୍ୟା ୨୩.୧୩ ଲକ୍ଷରୁ ବୃଦ୍ଧି ପାଇ ୨୮.୩୭ ଲକ୍ଷରେ ପଂହଁଚିଛି ।

ଭିନ୍ନକ୍ଷମ ସଶକ୍ତିକରଣ ପାଇଁ ଭୁବନେଶ୍ୱର ଓ ସୁନ୍ଦରଗଡ଼ରେ ଦୁଇଟି ବିଶ୍ଵସ୍ତରୀୟ କେନ୍ଦ୍ର ପ୍ରତିଷ୍ଠା ହୋଇଛି । ୧୦ଟି ସମ୍ୱନିତ୍ୱ ଭିତ୍ତିଭୂମି କେନ୍ଦ୍ର ମଧ୍ୟରୁ କଟକ, ଗଞ୍ଜାମ, ଖୋର୍ଦ୍ଧା, କନ୍ଧମାଳ, ସମ୍ବଲପୁର ଓ ସୁନ୍ଦରଗଡ଼ ଠାରେ ୬ଟି କେନ୍ଦ୍ର ସମ୍ପୂର୍ଣ୍ଣ ହୋଇଥିବା ବେଳେ ସମ୍ବଲପୁରକୁ ଛାଡି ୫ ଟି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ୧୦୪ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ ସମେତ ୮୩ ଟି ବୃଦ୍ଧାଶ୍ରମ, ୨୪ଟି ଭିକ୍ଷୁକ ଥଇଥାନ କେନ୍ଦ୍ର, କିନ୍ନରଙ୍କ ପାଇଁ ୩ଟି ପୁନଃବାସ କେନ୍ଦ୍ର ଓ ୭୩ଟି ମାନସିକ ଅସୁସ୍ଥ କେନ୍ଦ୍ର ରହିଛି । ବିଗତ ୪ ବର୍ଷରେ ୧୪୪୦ ଟି ଶିବିର ଆୟୋଜିତ ହୋଇଛି । ଏହି ମାଧ୍ୟମରେ ୨୫୬୨୧୮ ଜଣ ଭିନ୍ନକ୍ଷମ ସୁବିଧା ପାଇଛନ୍ତି ।