ଧାରା ୩୭୦ ଉଚ୍ଛେଦକୁ ପୁରିଲା ୩ ବର୍ଷ : ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ ମୋଦୀ ସରକାର

175

କନକ ବ୍ୟୁରୋ : ଧାରା ୩୭୦ ଉଚ୍ଛେଦକୁ ୩ ବର୍ଷ ପୂରଣ ହୋଇଛି । ୨୦୧୯ ଅଗଷ୍ଟ ୫ ତାରିଖରେ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦ ଉଚ୍ଛେଦ ହୋଇଥିଲା । ଏଯାବତ ବିଧାନସଭା ନିର୍ବାଚନ ହୋଇନି । କେବଳ ସ୍ଥାନୀୟ ନିର୍ବାଚନ ହୋଇଛି । ଧାରା ୩୭୦ ହଟିବା ପରଠୁ ଏଯାବତ ୧୧୮ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି ।

ଯେଉଁଥିରେ ୫ ଜଣ କଶ୍ମୀର ପଣ୍ଡିତ ରହିଛନ୍ତି । ଏବେ ସ୍ଥିତିରେ ସୁଧାର ଆସୁଥିଲେ ବି ଆତଙ୍କବାଦୀଙ୍କ ଭୟ ରହିଛି । କିନ୍ତୁ ପୂର୍ବରୁ ଯେପରି ଆତଙ୍କବାଦୀ ସକ୍ରିୟ ରହିଥିଲେ ସେପରି ଆଉ ନାହିଁ । କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ ସ୍ଥାନୀୟ ରାଜନୈତିକ ଦଳ ପିଡିପି, ନ୍ୟାସନାଲ କନଫରେନସ ଭଳି ଦଳ ଏହି ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଛନ୍ତି ।