୪ ମାସରେ ଭୁଶୁୁଡିଲା ୧୪ କୋଟି ଟଙ୍କାର ନଦୀବନ୍ଧ : ଦୋଷ ଲୁଚାଇବା ପାଇଁ ତରବରିଆ ଭାବେ ଚାଲିଛି ପଥର ପକା କାମ

218

କନକ ବ୍ୟୁରୋ : ୪ ମାସରେ ଭଶୁୁଡିଲା ୧୪ କୋଟି ଟଙ୍କାର ନଦୀବନ୍ଧ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଜୀବନରେଖା କେରେଡାଗଡ-ଅଳତାଙ୍ଗ ବନ୍ୟା ପ୍ରତିରୋଧକ ବନ୍ଧ ପ୍ରତି ହଂସୁଆ ନଦୀ ବିପଦ ସୃଷ୍ଟି କରିଛି । ଏହି ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେଲେ ରାଜନଗର ବ୍ଲକର ପ୍ରାୟ ୭ଟି ପଞ୍ଚାୟତ ପ୍ରଭାବିତ ହେବ ।

ଏହାକୁ ସୁରକ୍ଷା ଦେବା ପାଇଁ ନାବାର୍ଡ ସହାୟତାରେ ଆରଆଇଡିଏଫ ଯୋଜନାରେ ସ୍ପର ଓ ପଥର ପ୍ୟାକିଂ ପାଇଁ ୧୪ କୋଟି ୭୭ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ୨୮୦ ମିଟର ପଥର ପ୍ୟାକିଂ ଓ ଲଚିଂ ସହିତ ୩ଟି ସ୍ପର ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଥିଲା । ତେବେ ଅତି ନିମ୍ନମାନର କାମ ଯୋଗୁଁ ନିର୍ମାଣଧିନ ସ୍ପର ଭୁଷୁଡି ପଡିଛି । ସ୍ପର୍ ଭୁଷୁଡିବା ପରେ ଏହାକୁ ଲୁଚାଇବା ପାଇଁ ତରବରିଆ ଭାବେ ପଥର ପକା କାମ ଚାଲିଛି ।

ଏହାକୁ ନେଇ ରାଜନଗରରେ ରାଜନୀତି ଜୋର ଧରିଛି । ପରସ୍ପର ଉପରେ ଦୋଷ ଲଦୁଛନ୍ତି ନେତା । ସଂପୃକ୍ତ ଠିକାଦାର ପୂର୍ବତନ ବିଧାୟକଙ୍କ ଅନୁଗତ ବୋଲି ବିଜେଡି ଯେଉଁ ଅଭିଯୋଗ କରିଛି ତା’ର ପ୍ରତିବାଦ କରିଛି କଂଗ୍ରେସ । ରାଜନଗର ବ୍ଳକ କଂଗ୍ରେସ ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି ଯେ ବିଜେଡି ସହ ସଂପୃକ୍ତ ଠିକାଦାରଙ୍କ ସଂପର୍କ ରହିଛି । ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ଦାବି କରିଛି କଂଗ୍ରେସ ।