ଭିଆରଏସ ପାଇଁ ବାଟ ଫିଟିବା ପରେ ସାମ୍ନାକୁ ଆସିଲା ଅପରାଜିତାଙ୍କ ଟ୍ୱିଟ : ଲେଖିଲେ ବଂଚିବା ମୋର ଲକ୍ଷ୍ୟ ନୁହେଁ, ଆଗକୁ ବଢିବାକୁ ଚାହେଁ

512

କନକ ବ୍ୟୁରୋ : ଭିଆରଏସ ପାଇଁ ବାଟ ଫିଟିବା ପରେ ସାମ୍ନାକୁ ଆସିଲା ଅପରାଜିତାଙ୍କ ଟ୍ୱିଟ୍ । ସ୍ୱେଛାକୃତ ଅବସର ପାଇଁ ଆବେଦନ କରିବା ପରେ ଅପରାଜିତା ଏହି ଟ୍ୱିଟ କରିଥିଲେ । ବିଭିନ୍ନ ଚର୍ଚ୍ଚା ଭିତରେ ଟୁଇଟ୍ ଜରିଆରେ ମନର କଥା କହିଛନ୍ତି ଅପରାଜିତା । ସେ ଲେଖିଛନ୍ତି ବଂଚିବା ମୋର ଲକ୍ଷ୍ୟ ନୁହେଁ, ଆଗକୁ ବଢିବାକୁ ଚାହେଁ, ମନରେ କିଛି କରିବାକୁ ଉତ୍ସାହ ରହିଛି ।

image courtesy-http://www.odishabytes.com

ଅପରାଜିତାଙ୍କ ସ୍ୱେଛାକୃତ ଅବସର ଆବେଦନକୁ  ରାଜ୍ୟ ସରକାର ଅନୁମୋଦନ କରିଛନ୍ତି । ଏହା ସହ ଷଢ଼ଙ୍ଗୀଙ୍କ ଆବେଦନ ପତ୍ରକୁ ଯଥାଶୀଘ୍ର ଗ୍ରହଣ କରିବା ସହ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିବାକୁ କେନ୍ଦ୍ରକୁ ପଠାଇଛନ୍ତି ରାଜ୍ୟ ସରକାର ।  ସେପ୍ଟେମ୍ବର ୧୫ରେ ସ୍ୱେଛାକୃତ ଅବସର ନେବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଆବେଦନ କରିଥିଲେ । ଅପରପକ୍ଷେ ଅପରାଜିତା ଭିଆରଏସ ନେବା ପରେ ରାଜନୀତିରେ ଯୋଗ ଦେବେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।