ଜାଗ୍ରତିଙ୍କ ନିର୍ଦ୍ଦେଶିତ ଫିଲ୍ମରେ ହିରୋ ହେବେ ଅନୁଭବ : ଆଜି ରିଲିଜ ହେବ ଫିଲ୍ମ ‘ରାବଣ-ଦ ଇଣ୍ଟରଭାଲ ପାର୍ଟ’ର ଟିଜର

443

କନକ ବ୍ୟୁରୋ : ଜାଗ୍ରତିଙ୍କ ଫିଲ୍ମରେ ହିରୋ ହେବେ ଅନୁଭବ । ବୈବାହିକ ଜୀବନକୁ ନେଇ ବିବାଦ ଭିତରେ ଅଭିନେତା ଅନୁଭବଙ୍କ ଆସୁଛି ନୂଆ ଫିଲ୍ମ ‘ରାବଣ-ଦ ଇଣ୍ଟରଭାଲ ପାର୍ଟ । ଆଉ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁଭବଙ୍କ ବାନ୍ଧବୀ ତଥା ସାମ୍ବାଦିକା ଜାଗ୍ରତି ଶୁକ୍ଳା । ଏ ନେଇ ନିଜେ ଜାଗ୍ରତି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ଜାଗ୍ରତି କହିଛନ୍ତି, ପ୍ରଥମ ଥର ପାଇଁ ସେ ଏକ ଫିଲ୍ମ ‘ରାବଣ-ଦ ଇଣ୍ଟରଭାଲ ପାର୍ଟର ନିର୍ଦ୍ଦେଶନା ଦେଇଛନ୍ତି ।

ହିନ୍ଦୀ ସହ ଅନ୍ୟାନ୍ୟ ଭାଷାରେ ଏହି ଫିଲ୍ମ ସାରା ଦେଶରେ ବଡ ପରଦାରେ ରିଲିଜ ହେବ । ଏହି ଫିଲ୍ମରେ ଓଡ଼ିଆ ଫିଲ୍ମ ଷ୍ଟାର ତଥା ଲୋକସଭା ସାଂସଦ ଅନୁଭମ ମହାନ୍ତି ମୁଖ୍ୟ ଭୂମିକାରେ ଅଭିନୟ କରିବେ ଏବଂ ପ୍ରଥମ ଫିଲ୍ମ ଭାବେ ଏହା ବଡ ପରଦାରେ ରିଲିଜ ହେବ ବୋଲି ଜାଗ୍ରତି କହିଛନ୍ତି । ତେବେ ତାଙ୍କ ପୋଷ୍ଟରେ ଜାଗ୍ରତି ଅନୁଭବଙ୍କୁ ପ୍ରସଂଶା କରିବାକୁ ଭୁଲିନାହାଁନ୍ତି । ସେ କହିଛନ୍ତି, ତୁମ ନାଁରେ ବହୁ ନିନ୍ଦା ଅପବାଦ ନିନ୍ଦା, ଅପବାଦ ଶୁଣୁଛି ହେଲେ ତୁମର କାର୍ଯ୍ୟ ଏବଂ ପ୍ୟାସନ ଯୋଗୁ ତୁମେ ସଫଳ ହୋଇଛ ବୋଲି ଜାଗ୍ରତି ଅନୁଭବଙ୍କ ଉଦେଶ୍ୟରେ କହିଛନ୍ତି । ତେବେ ଏହି ଫିଲ୍ମର ଟିଜର ଆଜି ରିଲିଜ ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ଜାଗ୍ରତି ।