ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ମାଡ,ବାଇକରେ ଆସି ଦୁର୍ବୃତ୍ତ ଗୁଳିମାଡ କରିଥିବା ସୂଚନା ।

642

କନକ ବ୍ୟୁରୋ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳି ବିନିମୟ । ଦୁଇ ଦୁର୍ବୃତ୍ତ  ବାଇକରେ ଆସି ଘର ବାହାରେ ତିନି ରାଉଣ୍ଡ ଗୁଳି ଚଲାଇ ଥିଲେ । ଭୋର ୪.୫୫ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ସେହି ସମୟରେ ସଲମନ ଖାନ ଘରେ ଥିବା ସୂଚନା ରହିଛି ।

ଏହା ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଭିଆଇପି ସିକ୍ୟୁରିଟ ବଢାଯାଇଥିବା ବେଳେ ପୂର୍ବରୁ ମଧ୍ୟ ସଲମାନ ଖାନଙ୍କୁ ଅନେକ ଥର ମୃତ୍ୟୁ ଧମକ ମିଳିଛି । କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ସଲମାନ ଖାନଙ୍କୁ ଅନେକ ଥର ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏକ ଟେଲିଭିଜନ ସାକ୍ଷାତକାରରେ ସେ ଖୋଲାଖୋଲି କହିଥିଲେ ଯେ, ସଲମାନ ଖାନଙ୍କୁ ହତ୍ୟା କରିବା ତାଙ୍କ ଜୀବନର ଉଦ୍ଦେଶ୍ୟ।

ଏହା ପୂର୍ବରୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୁ ମଧ୍ୟ କାନାଡାର ଅଭିନେତା-ଗାୟକ ଜିପି ଗ୍ରୁୱାଲଙ୍କ ବାସଭବନ ଉପରେ ମଧ୍ୟ ଆକ୍ରମଣ କରିଥିଲେ । ଆଜିର ଘଟଣା ପରେ ପୋଲିସ ସଲମାନ ଖାନଙ୍କ ଘରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ଘଟଣାର ଅଧିକ ତଦନ୍ତ କରୁଛି ।