ବଲିଉଡ ସୁପର ଷ୍ଟାର ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ ଘଟଣା:ଦୋଷ ମାନିଲେ ଅଭିଯୁକ୍ତଙ୍କ ଭାଇ, ସୋସିଆଲ ମିଡିଆରେ ଦେଲେ ସୂଚନା ।

182

କନକ ବ୍ୟୁରୋ: ରବିବାର ସକାଳେ ମୁମ୍ବାଇରେ ବଲିଉଡ ସୁପର ଷ୍ଟାର ସଲମାନ ଖାନଙ୍କ ମୁମ୍ବାଇ ବାନ୍ଦ୍ରାସ୍ଥିତ ଘର ବାହାରେ ଗୁଳିମାଡ ହୋଇଥିଲା । ସକାଳ ପ୍ରାୟ ୫ଟା ସମୟରେ ଦୁଇ ଜଣ ଦୁର୍ବୃତ ବାଇକରେ ଆସି ଗୁଳିମାଡ଼ କରିଥିଲେ । । ୪ରୁ ୫ ରାଉଣ୍ଡ ଗୁଳି ଫୁଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁର୍ବୃତ । ଗୋଟିଏ ଗୁଳି ଘର କାନ୍ଥରେ ବାଜିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ଗୁଳିମାଡ଼ ସମୟରେ ଘରେ ଥିଲେ ସଲମାନ ଖାନ । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଥିବା ବେଳେ କ୍ରାଇମବ୍ରାଂଚ ଓ ସାଇଂଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ସିସିଟିଭି ଫୁଟେଜକୁ ଜବତ କରିଥିଲେ ।

ସିସିଟିଭି ଫୁଟେଜ ଯାଂଚ ଅନୁଯାୟୀ ଜଣେ ଅଭିଯୁକ୍ତ ଗୁରୁଗ୍ରାମର ହୋଇଥିବା ନେଇ ପୋଲିସ ସନ୍ଦେହ କରିଛି ।ସଲମନ ଖାନ ଙ୍କ ଘରଠୁ ପ୍ରାୟ ଏକ କିଲୋମିଟର ଦୂରରୁ ଏକ ମୋଟର ସାଇକେଲ ଜବତ ମଧ୍ୟ କରିଛି ପୋଲିସ । ଏହା ଆକ୍ରମଣକାରୀ ବ୍ୟବହାର କରିଥିବା ନେଇ ପୋଲିସ ସନ୍ଦେହ କରିଛି । ଦିଲ୍ଲୀ ପୋଲିସର ସରକାରୀ ସୁତ୍ର ଅନୁଯାୟୀ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ଗୁରୁଗ୍ରାମର ହୋଇଥିବା ବେଳେ ସେ ଅଭିଯୁକ୍ତ ଜଣଙ୍କ ହରିୟାଣାର ହତ୍ୟା ଓ ଡକାୟତି ଘଟଣାରେ ସମ୍ଫୃକ୍ତ । ମାର୍ଚରେ ହୋଇଥିବା ଗୁରୁଗ୍ରାମ ଭିତ୍ତିକ ବ୍ୟବସାୟୀ ସଚିନ ମଂଜୁଲାଙ୍କ ହତ୍ୟା ମାମାଲାରେ ତାଙ୍କୁ ଖୋଜା ଯାଇଥିଲା । ପୋଲିସ ଆହୁରି ମଧ୍ୟ କହିଛନ୍ତି ରବିବାର ଏହି ଘଟଣାର କିଛି ଘଣ୍ଟା ପରେ ଲରେନ୍ସ ବିଷ୍ନୋଇଙ୍କ ଭାଇ ଅନୋମଲ ବିଷ୍ନୋଇ ଏହି କାମ କରିଥିବା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ଏଥିସହ ଏହି ଘଟଣାରେ ସେ ନିଜେ ଦାୟୀ ବୋଲି ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ସୁଚନା ଦେଇଛନ୍ତି । ଏବଂ ଏହା ଏକ ଟ୍ରେଲର ଥିବାନେଇ କହିଛନ୍ତି । ଏହା ଆମର ପ୍ରଥମ ଓ ଶେଷ ଚେତାବନୀ ଥିଲା । ଏଥିସହ ସେ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ କହିଛନ୍ତି ଆମେ ତୁମକ ଟ୍ରେଲର ପାଇଁ ଏହା କରିଛୁ । ଯାହା ଦ୍ୱାରା ତମେ ବୁଝିପାରିବ ଆମ ଶକ୍ତି କେତେ ।