ଆହୁରି ୪ରୁ ୫ଦିନ ବନ୍ୟା ସ୍ଥିତି । ସନ୍ଧ୍ୟାରେ ହୀରାକୁଦ ଗେଟ ବନ୍ଦ ନିଷ୍ପତିତ୍ତ

166

କନକ ବ୍ୟୁରୋ : ହୀରାକୁଦ, ମୁଣ୍ଡଳିରୁ ଜଳସ୍ତର କମୁଛି । ଆହୁରି କମିବା ନେଇ ଆକଳନ କରାଯାଉଥିବା ବେଳେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ବନ୍ୟା ସ୍ଥିତି ଆହୁରି ୪ରୁ ୫ଦିନ ଲାଗି ରହିବ । ମହାନଦୀକୁ ଛାଡି ଅନ୍ୟ ନଦୀର ଜଳସ୍ତର କମୁଛି । ବର୍ତ୍ତମାନ ମୁଣ୍ଡଳିରେ ଜଳସ୍ତର କମିବାରେ ଲାଗିଛି । ୧୪ଟି ଗେଟର ପାଣି ବରମୂଳ ଅତିକ୍ରମ କଲାଣି । ଆଜି ସନ୍ଧ୍ୟାରେ ମୁଣ୍ଡଳିରେ ପହଞ୍ଚିବ ହୀରାକୁଦ ଜଳ । ପାଖାପାଖି ୧୦ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେବ । ୩ରୁ ୪ଦିନ ଭିତରେ ୮ରୁ ୯ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେବ ।
ତେବେ ହୀରାକୁଦରେ ଯେତିକି ଗେଟ୍ ଖୋଲାଯାଇଛି ସେଥି ମଧ୍ୟରୁ କେତୋଟି ଗେଟ୍ ବନ୍ଦ କରାଯିବ ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ନିସ୍ପତ୍ତି ନିଆଯିବ । ଯେହେତୁ ହୀରାକୁଦରେ ଜଳସ୍ତର କମୁଛି ତେଣୁ ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ଗେଟ୍ ବନ୍ଦ କରାଯିବ ନେଇ ନିସ୍ପତ୍ତି ନିଆଯିବ ଏବଂ ବର୍ଷାକୁ ଦେଖି ଗେଡ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ।
ସୂଚନା ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରରେ ଏବେ ଜଳସ୍ତର ୬୨୪.୬୯ଫୁଟ୍ ରହିଛି । ଏବେ ବି ହୀରାକୁଦ ଜଳଭଣ୍ଡାରରୁ ୪୦ଟି ସୁଇସ୍ ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ଲକ୍ଷ ୬୬ହଜାର ୫୭୪ କ୍ୟୁସେକ ଜଳ ପ୍ରବେଶ ହେଉଛି । ସେହିଭଳି ଖଇରାମାଳରେ ୮ଲକ୍ଷ ୭୦ହଜାର କ୍ୟୁସେକ ଜଳ ପାସ୍ କରୁଛି । କଟକ ମୁଣ୍ଡୁଳୀରେ ଏବେ ୧୦ ଲକ୍ଷ ୧୮ହଜାର ୩୭୨ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେଉଛି । ବର୍ତ୍ତମାନ ଯେତିକି ଜଳ ପ୍ରବାହିତ ହେଉଛି ତାହା କିଛି ସମୟ ମଧ୍ୟରେ କମିଯିବ ।