୨ ଦିନିଆ ମସ୍କୋ ଗସ୍ତରେ ଅଜିତ୍ ଡୋଭାଲ । ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ଚର୍ଚ୍ଚା ।

130

କନକ ବ୍ୟୁରୋ: ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ୨ ଦିନିଆ ଗସ୍ତ କରିଛନ୍ତି  । ବୁଧବାର  ରୁଷ ସୁରକ୍ଷା ପରାମର୍ଶଦାତା ନିକୋଲାଇ ପେତ୍ରୁସେଭଙ୍କ ସହ ସାକ୍ଷାତ କରି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି ।

ଡୋଭାଲ ନିଜ ବିପକ୍ଷ ପେତ୍ରୁସେଭଙ୍କୁ ଭେଟି ଅନ୍ତରାଷ୍ଟ୍ରୀୟ ପସଙ୍ଗ ଉପରେ ଆଲୋଚନା କରିଛନ୍ତି । ଋଷ ଦୂତାବାସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଦୁଇ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ସାକ୍ଷାତରେ ସୁରକ୍ଷା କ୍ଷେତ୍ରରେ ସହଯୋଗ ସହ ସାମୁହିକ ସମସ୍ୟା ଉପରେ ଚର୍ଚ୍ଚା ହୋଇଛି ।

 ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଋଷରୁ ପେଟ୍ରୋଲିୟମ ଆମଦାନୀ ଉପରେ ଚର୍ଚ୍ଚା । ଏନେଇ ଦୁଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ବି ଏବାବଦରେ ନିଷ୍କର୍ସ କ’ଣ ରହିଛି ସେନେଇ କିଛି କୁହାଯାଇନାହିଁ ।