କଣ୍ଟେନମେଣ୍ଟ ଜୋନରେ ଅନୁଗୁଳ କୋର୍ଟ : ୧୨ କର୍ମଚାରୀ ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନର ପଦକ୍ଷେପ

91

କନକ ବ୍ୟୁରୋ : ଅନୁଗୁଳ କୋର୍ଟ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କୋର୍ଟର ୧୨ ଜଣ ସଂକ୍ରମିତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଆଜିଠାରୁ ଆସନ୍ତା ୩୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ କୋର୍ଟକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ପ୍ରଶାସନ । କୋର୍ଟରେ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଲୋକଙ୍କ ନିରାପତାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି ।