ଚର୍ଚ୍ଚାରେ ନବରଙ୍ଗପୁରର ଯୁବକ ଆନନ୍ଦ କୁମାର। ଆଦିବାସୀଙ୍କ ପାରମ୍ପରିକ ବାଦ୍ୟଯନ୍ତ୍ର ଡୁଙ୍ଗଡୁଙ୍ଗା ବାଜାର ତାଳେ ତାଳେ ଗାଇଲେ ଜାତୀୟ ସଙ୍ଗୀତ।

84

କନକ ବ୍ୟୁରୋ: ଚର୍ଚ୍ଚାରେ ନବରଙ୍ଗପୁରର ଆନନ୍ଦ କୁମାର ଦାଶ । ଆଦିବାସୀଙ୍କ ପାରମ୍ପାରିକ ବାଦ୍ୟଯନ୍ତ୍ର ଡୁଙ୍ଗଡୁଙ୍ଗା ବାଜା ବଜାଇ ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁରର ଆନନ୍ଦ କୁମାର । ସବୁଠାରୁ ବଡ଼ କଥା ହେଉଛି ଡୁଙ୍ଗଡୁଙ୍ଗା ବାଜାର ତାଳେ ତାଳେ ଜାତୀୟ ସଙ୍ଗୀତ ଗାନ କରୁଛନ୍ତି ଆନନ୍ଦ । ତେବେ ତାଙ୍କର ଏହି ଡୁଙ୍ଗଡୁଙ୍ଗା ବାଜା ଗୀତ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଆନନ୍ଦଙ୍କ ଏଭଳି ପ୍ରୟାସକୁ ଜିଲ୍ଲାବାସୀ ସ୍ୱାଗତ କରୁଛନ୍ତି । ନବରଙ୍ଗପୁର ସହରର ୧୭ ନମ୍ବର ୱାର୍ଡ ହିର୍ଲି ଡଙ୍ଗରିରେ ରୁହନ୍ତି ଆନନ୍ଦ । ପିଲାଦିନୁ ଆଦିବାସୀଙ୍କ ପାରମ୍ପାରିକ ଗୀତ ପ୍ରତି ଆକୃଷ୍ଟ ହୋଇ ଧୀରେ ଧୀରେ ସେସବୁ ବାଦ୍ୟଯନ୍ତ୍ର ବଜାଇବାରେ ସେ ସକ୍ଷମ ହୋଇଥିଲେ ।

ବିଏସସି ପାସ କରିବା ପରେ ଏକ ତେଲ କମ୍ପାନୀରେ କାମ କରୁଛନ୍ତି । ଆଦିବାସୀ ପାରମ୍ପରିକ ବାଦ୍ୟଯନ୍ତ୍ର ବଜାଇବା ଓ ଲୁପ୍ତ ହୋଇଯାଉଥିବା ବାଦ୍ୟଯନ୍ତ୍ର ଗୁଡିକୁ ପୁଣିଥରେ ଜନମାନସରେ ଉଜ୍ଜୀବିତ କରିବା ଲକ୍ଷ୍ୟରେ ସେ ଏହି ଉଦ୍ୟମ ଜାରି ରଖିଛନ୍ତି ।