ହକି ବିଶ୍ୱକପ ପୂର୍ବରୁ ସର୍ବଦଳୀୟ ବୈଠକ। ଯୋଗଦେଲେ ବିଭିନ୍ନ ଦଳର ନେତା

131

କନକ ବ୍ୟୁରୋ: ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁରୁଷ ବିଶ୍ୱକପ ହକି ଆୟୋଜନ ନେଇ ସର୍ବଦଳୀୟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସବୁ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ବିଶ୍ୱକପ ହକି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ ବୋଲି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।

ସେହିପରି ବିଶ୍ୱକପ ଆୟୋଜନରେ କେନ୍ଦ୍ର ସରକାରଙ୍କ ସହଯୋଗ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନବୀନ ପଟ୍ଟନାୟକ । ଏପଟେ ଆବଶ୍ୟକ ସମସ୍ତ ସହଯୋଗ କେନ୍ଦ୍ର ସରକାର ଯୋଗାଇ ଦେବେ ବୋଲି କହିଛନ୍ତି ବୈଠକରେ ସାମିଲ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶାସକ ବିଜେଡି ଦଳ ସମେତ ବିଜେପି, କଂଗ୍ରେସ ଏବଂ ବାମଦଳର ପ୍ରତିନିଧି ଏହି ବୈଠକରେ ସାମିଲ ହୋଇଥିଲେ । କ୍ରୀଡ଼ା ମନ୍ତ୍ରୀ ବୈଠକର ସଂଯୋଜନା କରିଥିବା ବେଳେ ମୁଖ୍ୟ ଶାସନ ସଚିବ ଧନ୍ୟବାଦ ଅର୍ପଣ କରିଥିଲେ ।