ଲାଲଚାନ୍ଦ ଫାଉଣ୍ଡେସନ ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ। ପୋଷଣ ସହାୟତା ପ୍ରଦାନ କଲା ଅନୁଷ୍ଠାନ।

68

କନକ ବ୍ୟୁରୋ: ଲାଲଚାନ୍ଦ ଫାଉଣ୍ଡେସନ, ଭୁବନେଶ୍ୱର ସହଯୋଗରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସହୀଦ ନଗରରେ, କରାଯାଇଛି । ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ପ୍ରତେକ ଯକ୍ଷ୍ମା ରୋଗୀଙ୍କୁ ପୋଷଣ ସହାୟତା ପ୍ରଦାନ କରାଯାଇଥାଏ । ଏଥିରେ ଯେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ସର୍ବନିମ୍ନ୬ମାସ କିମ୍ବା ସର୍ବାଧିକ ୩ ବର୍ଷ ପାଇଁ ଏକ ନିର୍ଦିଷ୍ଟ ସଂଖ୍ୟକ ଯକ୍ଷ୍ମା ରୋଗୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରି ପ୍ରତ୍ୟେକ ରୋଗୀଙ୍କୁ ପୋଷଣ ସହାୟତା ପ୍ରଦାନ କରିଥାନ୍ତି ।

ପୋଷଣ ସହାୟତା ପ୍ରଦାନ କରୁଥିବା ବ୍ୟକ୍ତି ବା ସଂସ୍ଥାକୁ ନିକ୍ଷୟ ମିତ୍ର କୁହାଯାଇଥାଏ। ଭୁବନେଶ୍ୱର ସ୍ଥିତ ଲାଲ ଚାନ୍ଦ ଫାଉଣ୍ଡସନ ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ଯକ୍ଷ୍ମା ରୋଗୀ ଙ୍କ ମଧ୍ୟରୁ ୨୦୦ ଯକ୍ଷ୍ମା ରୋଗୀଙ୍କୁ ୬ ମାସ ପାଇଁ ପୋଷ୍ୟ ଭାବେ ଗ୍ରହଣ କରି ପୋଷଣ ସହାୟତା ପ୍ରଦାନ କରୁଛନ୍ତି । ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ ଏବଂ ଭୁବନେଶ୍ୱର ଜିଲ୍ଲା ଯକ୍ଷ୍ମା ଅଧିକାରୀଙ୍କ ତରଫରୁ ଲାଲଚାନ୍ଦ ଫାଉଣ୍ଡେସନକୁ କୃତଜ୍ଞତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡାକ୍ତର ସୁମନ ସୁନ୍ଦରାୟ, ଡାକ୍ତର ଏମ ଏସ ସମଦ ଖାନ୍, ରୋଷନ୍ କୁମାର ପାଢ଼ୀ, ଗୁରୁଚରଣ ମନ୍ତ୍ରୀ, ଡାକ୍ତର ଐଶ୍ୱରିଆ ମହାପାତ୍ର । ସେହିଭଳି ଲାଲଚାନ୍ଦ ଫାଉଣ୍ଡେସନର ନିର୍ଦ୍ଦେଶକ କିଷାନ ଗୁପ୍ତା, ସାଇନାଥ ପଣ୍ଡା, ଅଜିଦ ହଂସ ଉପସ୍ଥିତ ରହିଥିଲେ ।