ଖେଲୋ ଇଣ୍ଡିଆକୁ ମୋଦୀ ସରକାରଙ୍କ ଗୁରୁତ୍ୱ: କ୍ରିଡା ପାଇଁ ଆସିଲା ବଡ ବଜେଟ

217

କନକ ବ୍ୟୁରୋ: ଆଜି କେନ୍ଦ୍ର ସରକାର ସାଧାରଣ ବଜେଟ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ଖେଳ ମନ୍ତ୍ରାଳୟର ଏହି ବଜେଟରେ ସରକାର ଏଥର ବଡ ଧରଣର ବୃଦ୍ଧି କରିଛନ୍ତି । କେନ୍ଦ୍ର ସରକାର କ୍ରିଡା ପାଇଁ ୩,୩୮୯ କୋଟିର ବଜେଟ ଘୋଷଣା କରିଛନ୍ତି, ଯାହା ପଛ ବଜେଟରୁ ବେଶ ଅଧିକ । ବର୍ଷ ୨୦୨୨-୨୩ ବଜେଟରେ ଖେଳ ମନ୍ତ୍ରାଳୟ ପାଇଁ ୨, ୬୭୧ କୋଟି ଟଙ୍କା ଦିଆଯାଇଥିଲା । ହେଲେ ବର୍ଷ ୨୦୨୩-୨୪ ବଜେଟରେ ୩,୩୮୯ କୋଟି ଟଙ୍କାର ଆବଣ୍ଟନ ଦିଆଯାଇଛି । ମୋଦୀ ସରକାର ଦ୍ୱାରା ଖେଲୋ ଇଣ୍ଡିଆରେ ୪୦୦ କୋଟି ଟଙ୍କା ବୃଦ୍ଧି କରାଯାଇଛି । ଖେଳ ବିଶ୍ୱବିଦ୍ୟାଳୟ ପାଇଁ ୧୦୭ କୋଟି ଟଙ୍କା ଦିଆଯାଇଛି ।