ଆସିଲା ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ । ଶସ୍ତା ହେବ ଖେଳଣା, ସାଇକେଲ, ମୋବାଇଲ ଫୋନ । ମହଙ୍ଗା ହେଲା ସିଗାରେଟ୍, ଦେଶୀ କିଚେନ୍ ଚିିମିନି ।

334

କନକ ବ୍ୟୁରୋ: ବଜେଟରେ କଣ ଶସ୍ତା ହେଲା ଓ କଣ ମହଙ୍ଗା ହେଲା? ଏହାରି ଉପରେ ଜନସାଧାରଣଙ୍କ ନଜର ରହିଥାଏ । କାରଣ ଏହା ସିଧାସଳଖ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଏ । ଆଜିର ବଜେଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କଷ୍ଟମ ଡ୍ୟୁଟି, ସେସ୍ ଓ ସରଚାର୍ଜରେ ପରିବର୍ତ୍ତନ କରିଛନ୍ତି । ମୋବାଇଲ, କ୍ୟାମେରା ଲେନ୍ସ, ଖେଳଣା ଓ ବିଦ୍ୟୁତ ଚାଳିତ ଯାନ ଶସ୍ତା ହୋଇଛି । ସେହିପରି ରୋଷେଇ ଚିମିନି, ସିଗାରେଟ, ସୁନା, ରୂପା ଓ ହୀରା ମହଙ୍ଗା ହୋଇଛି ।

ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା ଏପ୍ରିଲ ପହିଲାରୁ ଲାଗୁ ହେବ । ଆଉ ଏହା ଲାଗୁ ହେଲେ ଆପଣଙ୍କ ଖର୍ଚ୍ଚ ତାଲିକାରେ ଅନେକ ପରିବର୍ତ୍ତନ ହେବ । ତେବେ ଏପ୍ରିଲରୁ କଣ ଶସ୍ତା ହେବ ଆଉ କଣ ମହଙ୍ଗା ହେବ ସେ ନେଇ ଲୋକଙ୍କ ମଧ୍ୟରେ ଉକ୍ରଣ୍ଠା ପ୍ରକାଶ ପାଇଛି । ବଜେଟ ଭାଷଣ ବେଳେ କେନ୍ଦ୍ରମନ୍ତ୍ରୀ କଷ୍ଟମ ଡ୍ୟୁଟି , ସେସ ଓ ସରଚାର୍ଜରେ ପରିବର୍ତ୍ତନ କରିଛନ୍ତି । ଖେଳନା ଉପରେ ସୀମା ଶୁଳ୍କକୁ କମାଯାଇ ୧୩ ପ୍ରତିଶତ କରାଯାଇଛି ।

କଣ ହେବ ଶସ୍ତା?

  • ଖେଳନା
  • ମୋବାଇଲ ଫୋନ
  • ସାଇକେଲ
  • ମୋବାଇଲ କ୍ୟାମେରା ଲେନ୍ସ
  • ଅଟୋମୋବାଇଲ
  • ବିଦ୍ୟୁତଚାଳିତ ଯାନ
  • ଲିଥିୟମ ବ୍ୟାଟେରୀ
  • ଏଲଇଡି ଟିଭି
  • ବାୟୋଗ୍ୟାସ ସହ ଜଡିତ ସାମଗ୍ରୀ
  • ରବର

ବଜେଟରେ ସିଗାରେଟ ଉପରେ ଲାଗୁଥିବା ଶୁଳ୍କକୁ ୧୬ ପ୍ରତିଶତ କରାଯାଇଛି । ରୂପା ଉପରେ କଷ୍ଟମସ ଡ୍ୟୁଟି ବଢାଇଛନ୍ତି ସରକାର ।

କଣ ହେବ ମହଙ୍ଗା?

  • ସିଗାରେଟ୍
  • ସୁନା, ପ୍ଲାଟିନମ
  • ରୂପା, ହୀରା
  • ପିତ୍ତଳ
  • ବିଦେଶୀ ଖେଳନା
  • ରୋଷେଇ ଚିମିନି
  • ଏକ୍ସରେ ମେସିନ
  • କପଡା

ତେବେ କେନ୍ଦ୍ର ବଜେଟରେ ଆଶା କରାଯାଉଥିଲା ମଧ୍ୟବିତ୍ତଙ୍କୁ ପାଇଁ କେନ୍ଦ୍ରମନ୍ତ୍ରୀ କିଛି ସରକାର କରିବେ । ବର୍ତମାନ ବଜେଟ ଆସିବା ପରେ ଏ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।