ହେତୁବାଦୀଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ବାହୁବଳୀ ସେବାୟତଙ୍କ ଖୋଲା ଧମକ।

3,097

କନକ ବ୍ୟୁରୋ:  ଥମିବାର ନାଁ ନେଉନାହିଁ ହେତୁବାଦୀ ଓ ପରମ୍ପରାବାଦୀ ବିବାଦ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ବିରିଆନୀ ଖାଇବାକୁ ନେଇ ଏବେ ବି ହେତୁବାଦୀଙ୍କୁ ଟାର୍ଗେଟ କରୁଛନ୍ତି ପରମ୍ପରାବାଦୀ । ଏହା ଭିତରେ ଶ୍ରୀମନ୍ଦିର ସେବାୟତ ଅନୀଲ ଗୋଚ୍ଛିକାର କହିଛନ୍ତି ହେତୁବାଦୀଙ୍କୁ ଶ୍ରୀକ୍ଷେତ୍ରରେ ପ୍ରବେଶ କରିବାକୁ ଦିଆଯିବ ନାହିଁ । ଯଦି ହେତୁବାଦୀମାନେ ପୁରୀ କିମ୍ବା ଶ୍ରୀମନ୍ଦିରର ପ୍ରବେଶ କରିଛନ୍ତି ସେମାନଙ୍କୁ ବିରୋଧ କରାଯିବ । ଏହା ପଛରେ ଏକ ବଡ ଉଦ୍ଦେଶ୍ୟ ରହିଛି । ଏମାନଙ୍କ ମନୋଭାବ ଓ ବିଚାରଧାରା ଗ୍ରହଣୀୟ ନୁହେଁ । ଏମାନେ ପୁରୀ ଆସିଲେ କଡା ଜବାବ ଦିଆଯିବ । ଏମାନେ ଲୋକଙ୍କ ଭାବନା ସହ ଖେଳୁଛନ୍ତି ବୋଲି କହିଛନ୍ତି ଅନୀଲ ଗୋଚ୍ଛିକାର

ପୂର୍ବରୁ ହେତୁବାଦୀଙ୍କୁ ବିରୋଧ କରି ଓଡିଶା ମନ୍ଦିର ସେବାୟତ ସଂଘ ଓ ଶ୍ରୀମନ୍ଦିର ସେବାୟତ ସଂଘ ଶ୍ରୀମନ୍ଦିର ସମ୍ମୁଖରେ ଦୀପଦାନ କରାଯାଇଥିଲା । ଏହାସହ ସିଂହଦ୍ୱାର ଥାନାରେ ଏତଲା ବି ଦିଆଯାଇଥିଲା । ରାଜ୍ୟ ସରକାର ପଦକ୍ଷେପ ନେବାକୁ ବି ଦାବି କରାଯାଇଥିଲା । ତେଣୁ ହେତୁବାଦୀମାନେ ପୁରୀ ଆସି ସିଂହଦ୍ୱାର ସାମ୍ନାରେ ଆଣ୍ଠେଇ ଜଗନ୍ନାଥଙ୍କୁ କ୍ଷମାମାଗନ୍ତୁ । ନହେଲେ ବଡଦାଣ୍ଡରେ ସେମାନଙ୍କୁ ଆଣ୍ଠେଇ ଆଣ୍ଠେଇ ନେବେ ବୋଲି ଚେତାବନୀ ଦେଇଛନ୍ତି ସେବାୟତ । ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ବିବାଦ ବଢୁଛି ।  ଆଗାମୀ ଦିନରେ ହେତୁବାଦୀମାନଙ୍କୁ ବିରୋଧ କରିବାକୁ ସମାବେଶ କରିବାକୁ ବି ପ୍ରସ୍ତୁତି ଚାଲିଛି ।