ଇଓଡବ୍ଲୁ କବଜାରେ ଆନ୍ତଃରାଜ୍ୟ ସାଇବର ଠକ। ବେନାମୀ ଖାତା ଖୋଲି ଚାଲିଥିଲା ଟଙ୍କା କାରବାର।

99

କନକ ବ୍ୟୁରୋ: କ୍ରାଇମବ୍ରାଞ୍ଚ ହାତରେ ଧରାପଡିଛି ଆନ୍ତଃରାଜ୍ୟ ସାଇବକ ଠକ ଗ୍ୟାଙ୍ଗ ।  ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ଖାନ ଓ ମୁନ୍ ଫେଡ୍ ଖାନ । ଯାହାକୁ ଧରିବା ପାଇଁ ଭାରତର ବଡ ବଡ ଏଜେନ୍ସିମାନେ ଫେଲ ମାରିଥିଲେ ସେହି ସମୟରେ ଇଓଡବ୍ଲୁ ଏମାନଙ୍କୁ ରାଜସ୍ଥାନର ଆଲୱାରରୁ ଗିରଫ କରିଛି । ଏମାନଙ୍କ କାରନାମା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ନବରଙ୍ଗପୁରରେ ଲୋକଙ୍କ ଆକାଉଣ୍ଟରେ ଅର୍ଥ ହେରଫେର ନେଇ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ହୋଇଥିଲା । ଏହାକୁ ନେଇ ଇଓଡବ୍ଲୁ ତନାଘନା କରିଥିଲା । ଜଣାପଡିଥିଲା, କିଛି ଦଲାଲମାନେ ପଛୁଆ ଜିଲ୍ଲାର ନିରୀହ ଲୋକଙ୍କ ମ୍ୟୁଲ ଆକାଉଣ୍ଟଖୋଲି  ଫେକ ସିମ ଜରିଆରେ ଏହାକୁ ରେଜିଷ୍ଟ୍ରେସନ କରନ୍ତି ।  ଆଉ ପ୍ରତି ଆକାଉଣ୍ଟକୁ ଦଲାଲମାନେ ୨ ହଜାର ଟଙ୍କାରେ ବିକ୍ରି କରିଦିଅନ୍ତି । ବନ୍ଧାହୋଇଥିବା ସର୍ଦ୍ଦାରମାନେ ଦଲାଲଙ୍କୁ ଆକାଉଣ୍ଟ ପିଛା ୬ ହଜାର ଦିଅନ୍ତି । ଏହି ସବୁ ଇଣ୍ଡିଆନ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଆଇପିପିବିର ଖୋଲାଯାଇଥିବା ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ବେଆଇନ ଟଙ୍କା କାରବାର ହୋଇଥିଲା ।  ତଦନ୍ତବେଳେ ଜଣାପଡିଛି…

-ରାଜସ୍ଥାନ  ସ୍କାମରଙ୍କ ସହ ମିଶି କିଛି ଦଲାଲ ଆଇପିପିବ ସହିତ ଶହ ଶହ ମ୍ୟୁଲ ଆକାଉଣ୍ଟ କରିଥିଲେ

-ଏହି ଆକାଉଣ୍ଟ ସହ ଏକ ସିମକାର୍ଡ ସଂଯୋଗ କରୁଥିଲେ

-ନିରୀହ ଗ୍ରାମବାସୀଙ୍କ ଫଟୋ ଓ ଅନ୍ୟ କାଗଜପତ୍ର  ବ୍ୟାବହାର କରି ଆକାଉଣ୍ଟକୁ  ବିଭିନ୍ନ ସିମ ସହ ଯୋଡାଯାଉଥିଲା

-ରାଜସ୍ଥାନର ରହି ଠକ ଏହାକୁ ପରିଚାଳନା କରୁଥିଲେ

ଏହି ସବୁ ଆକାଉଣ୍ଟରେ ବ୍ୟାଙ୍କ ଜାଲିଆତି, ଜବ ର୍ୟାକେଟ, ସେକ୍ସଟୋର୍ସନ, ଜାଲ ବିଲିଂ ଆଦି କାମରେ ଲଗାଇ ଲୋକଙ୍କ ଆକାଉଣ୍ଟରୁ କୋଟି କୋଟି ଟଙ୍କା ଉଭାନ କରିଦେଉଥିଲେ । ଆଉ ପୁଲିସ ଅଭିଯୁକ୍ତଙ୍କୁ ଖୋଜିଲା ପରେ ଏହି ନିରୀହ ଲୋକଙ୍କ ଠିକଣାରେ ପହଞ୍ଚିହତାଶ ହେଉଥିଲା ।

ଏହି ଗ୍ୟାଙ୍ଗ ଓଡିଶା, ପଶ୍ଚିମବଙ୍ଗ, ବିହାର ଓ ଆସାମରେ ପ୍ରାୟ ୩ ହଜର ବେନାମୀ ଖାତା ଖୋଲିଥିବାବେଳେ ୧୨ ଶହରୁ ଅଧିକ ସିମ ବ୍ୟବହାର କରିଥିବା ଜଣାପଡିଛି । ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣିଲେ ଅଧିକ ସତର ଖୁଲାସା ହୋଇପାରିବ ।