ଦୀର୍ଘ ଆଠ ବର୍ଷ ପରେ ବଡ ପରଦାରେ ରୋମାନ୍ସ କରିବେ ଅଭି ଓ ଐଶ, “ରାବଣ” ଫିଲ୍ମରେ ଶେଷ ଥର ପାଇଁ ଆସିଥିଲେ ନଜର

44

ଦୀର୍ଘ ଆଠ ବର୍ଷ ପରେ ଜୁନିୟର ବଚ୍ଚନ ଓ ତାଙ୍କ ଧର୍ମପତ୍ନୀ ଏକାଠି ସିନେମା କରିବାକୁ ସୁଯୋଗ ପାଇଛନ୍ତି । ଏକ ପୋଲିସ ଅଫିସର ଆଧାରିତ ସିନେମାରେ ଏକାଠି ନଜର ଆସିବାକୁ ଯାଉଛନ୍ତି । ଚଳଚ୍ଚିିତ୍ର ନିର୍ଦ୍ଦେଶକ ଶୈଳେଶ ଆର ସିଂହଙ୍କ ଏହି ସିନେମା ଉତ୍ତରପ୍ରଦେଶ ସ୍ଥିତ ଏକ ପୋଲିସ ଅଫିସର ଯୋଡିଙ୍କ ଉପରେ ଆଧାରିତ । ଐଶ ତାଙ୍କ ସ୍କ୍ରିପ୍ଟରେ କିଛିଟା ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶକଙ୍କ ସହ କଥାବାର୍ତ୍ତା କରିଛନ୍ତି ।

“କୁଛ ନା କହୋ, ଗୁରୁ, ବଂଟି ଔର ବବଲୀ, ଉମରାଓ ଜାନ, ଧୁମ-୨, ଢ଼ାଇ ଅକ୍ଷର ପ୍ରେମ କି, ସରକାର ରାଜ, ରାବଣ ”ରେ ସେମାନେ ଏକାଠି ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଏହି ଯୋଡି “ରାବଣ” ଫିଲ୍ମରେ ଶେଷ ଥର ପାଇଁ ନଜର ଆସିଥିଲେ । ‘ଢ଼ାଇ ଅକ୍ଷର ପ୍ରେମ କି ‘ରେ ପ୍ରଥମ ଥର ପାଇଁ ଏକାଠି କାମ କରିଥିବା ଏହି ଯୋଡି ‘ଧୁମ-୨’ର ସୁଟିଙ୍ଗ ସମୟରେ ଦୁହେଁ ପ୍ରେମରେ ପଡିଯାଇଥିଲେ ଓ ୨୦ ଏପ୍ରିଲ ୨୦୦୭ରେ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ଆଠଟି ଫିଲ୍ମରେ କମାଲ କରିସାରିଥିବା ଏହି ଯୋଡି ଅଗାମୀ ଫିଲ୍ମ ପାଇଁ ବେଶ ଉତ୍ସାହିତ ଅଛନ୍ତି । ଶୈଳେଶ ଆର ସିଂହ ଫିଳ୍ମ ବିଷୟରେ ବିଶେଷ କିଛି ସୂଚନା ଦେଇ ନାହାଁନ୍ତି ।