କନ୍ଧମାଳର କଞ୍ଚାମାଂସ ଖିଆ ମଣିଷ । ୭୦ ବର୍ଷିୟ ବୃଦ୍ଧ ବିଶାଦ ଦିଗାଲଙ୍କୁ ନେଇ ଚର୍ଚ୍ଚା

ନା ଅଛି ପରିବାର, ନା ଅଛି ମୁଣ୍ଡ ଗୁଞ୍ଜିବାକୁ ଅଛି ଘର

190

କନକ ବ୍ୟୁରୋ: ଘର ନାହିଁ କି ପରିବାର ନାହିଁ । ପ୍ରାୟ ବର୍ଷ ହେଲା କଞ୍ଚାମାଂସ ଖାଉଛନ୍ତି ୭୦ ବର୍ଷୀୟ ବୃଦ୍ଧ । କନ୍ଧମାଳ ଜିଲ୍ଲାର ଚକାପାଦ ଅଞ୍ଚଳର ବୃଦ୍ଧ ବ୍ୟକ୍ତି ହେଉଛନ୍ତି ବିଶାଦ ଦିଗାଲ । ତେବେ ଫୁଲବାଣୀ ସହରକୁ ଆସି ଭିକ୍ଷୁକ ପାଲଟିଯାଇଛନ୍ତି ବୃଦ୍ଧ । ଭିକ୍ଷା ମାଗି ଯାହା ଟଙ୍କା ପାଉଛନ୍ତି ସେଥିରେ କେତେବେଳ ଜଳଖିଆ କିଣି ଖାଆନ୍ତି । ଆଉ ବାକି ପଇସାରେ ମଦ ଓ କଞ୍ଚା ମାଂସ କିଣି ଖାଉଛନ୍ତି । ପଚାରିଲେ କୁହନ୍ତି ତାଙ୍କର ପରିବାର ବୋଲି କେହିଁ ନାହିଁ । ରହିବାକୁ ମଧ୍ୟ ଘର ଖଣ୍ଡିଏ ନାହିଁ । ରୋଷେଇ କରିବ କିଏ ? ବୟସାଧିକ କାରଣରୁ ତାଙ୍କ ଦେହରେ ମଧ୍ୟ ଆଉ ବଳ ନାହିଁ । ଆଶାବାଡି ଧରି ଚଲାବୁଲା କରୁଛନ୍ତି । ତେବେ ଏହି ବୃଦ୍ଧ ଜଣଙ୍କୁ ଥଇଥାନ କରିବା ପାଇଁ ସରକାର କିମ୍ବା କୌଣସି ସ୍ୱେଚ୍ଛାସେବୀ ସଂଗଠନ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।